ଇମୋସନାଲ ହେଲେ ପ୍ରିତି

ଇମୋସନାଲ ହେଲେ ପ୍ରିତି
Ipsita Picture
By: Ipsita
Published On

 

ଆଇପିଏଲ୍ ୨୦୨୬ରେ ମାତ୍ର ଗୋଟିଏ ପଏଣ୍ଟ୍ ବ୍ୟବଧାନରେ ପ୍ଲେ-ଅଫ୍ ଦୌଡ଼ରୁ ବାଦ୍ ପଡ଼ିବା ପରେ ପଞ୍ଜାବ କିଙ୍ଗସର କୋ-ଓନର ତଥା ଅଭିନେତ୍ରୀ ପ୍ରୀତି ଜିଣ୍ଟା ପ୍ରଶଂସକମାନଙ୍କ ପାଇଁ ଏକ ଭାବପୂର୍ଣ୍ଣ ବାର୍ତ୍ତା ସେୟାର କରିଛନ୍ତି । ଯେଉଁଠି ଚଳିତ ସିଜନର ଏହି ସଂଘର୍ଷପୂର୍ଣ୍ଣ ଯାତ୍ରାରେ ଦଳକୁ ଅକୁଣ୍ଠ ସମର୍ଥନ ଦେଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଗତ ୨୦୨୫ ସିଜନର ରନର୍ସ-ଅପ୍ ପଞ୍ଜାବ ଚଳିତ ବର୍ଷ ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରି କ୍ରମାଗତ ୬ଟି ମ୍ୟାଚ୍ ଜିତିବା ସହ ପ୍ରାୟ ଏକ ମାସ ଧରି ପଏଣ୍ଟ ଟେବୁଲର ଶୀର୍ଷରେ ରହି ବିଜୟର ପ୍ରବଳ ଦାବିଦାର ସାଜିଥିଲା । ହେଲେ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟାର୍ଦ୍ଧରେ ଖରାପ ରଣନୀତି ଓ କ୍ୟାଚ୍ ଛାଡ଼ିବା ଭଳି ଭୁଲ୍ ଯୋଗୁଁ ଦଳ କ୍ରମାଗତ ୬ଟି ମ୍ୟାଚ୍ ହାରି ସଙ୍କଟରେ ପଡ଼ିଥିଲା । ଶେଷରେ ଲକ୍ଷ୍ନୌକୁ ହରାଇ ଦଳ ବିଜୟ ପଥକୁ ଫେରି ମୋଟ ୧୫ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଥିଲା । ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ନିଜର ଶେଷ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ୧୬ ପଏଣ୍ଟ ସହ ଚତୁର୍ଥ ସ୍ଥାନ ହାସଲ କରିନେବାରୁ ପଞ୍ଜାବର ପ୍ଲେ-ଅଫ୍ ସ୍ୱପ୍ନ ଧୂଳିସାତ ହୋଇଯାଇଛି ।

Tags: