ପ୍ରତ୍ୟୁଷା ବାନାର୍ଜୀ ମୃତ୍ୟୁଘଟଣା ,ବୟ ଫ୍ରେଣ୍ଡ ଦାୟୀ

ମୁମ୍ବାଇ : ଟେଲି ଅଭିନେତ୍ରୀ ‘ବାଳିକା ବଧୁ’ ଫେମ ପ୍ରତ୍ୟୁଷା ବାନାର୍ଜୀ ଆତ୍ମହତ୍ୟା ମାମଲାରେ ବୟଫ୍ରେଣ୍ଡ ରାହୁଲ ରାଜ ଦୋଷୀ I ୨୦୧୬ ରେ ପ୍ରତ୍ୟୁଷା ବାନାର୍ଜୀଙ୍କୁ ନିଜ ମୁମ୍ବାଇସ୍ଥିତ ଘରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା I ସେତେବେଳେ ଏହି ମାମଲାରେ ତାଙ୍କର ପୁଋଷବନ୍ଧୁ ରାହୁଲ ରାଜ ସିଂଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା I ଏହି ଘଟଣାର ୮ ବର୍ଷ ପରେ ମୁମ୍ବାଇ କୋର୍ଟ ନିଜର ନିଷ୍ପତ୍ତି ଶୁଣାଇଛନ୍ତି। ଏହି ମାମଲାରେ ଅଭିନେତ୍ରୀଙ୍କ ବୟଫ୍ରେଣ୍ଡ ରାହୁଲ […]

Samaya Live Picture
Published On

ମୁମ୍ବାଇ : ଟେଲି ଅଭିନେତ୍ରୀ ‘ବାଳିକା ବଧୁ’ ଫେମ ପ୍ରତ୍ୟୁଷା ବାନାର୍ଜୀ ଆତ୍ମହତ୍ୟା ମାମଲାରେ ବୟଫ୍ରେଣ୍ଡ ରାହୁଲ ରାଜ ଦୋଷୀ I ୨୦୧୬ ରେ ପ୍ରତ୍ୟୁଷା ବାନାର୍ଜୀଙ୍କୁ ନିଜ ମୁମ୍ବାଇସ୍ଥିତ ଘରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା I ସେତେବେଳେ ଏହି ମାମଲାରେ ତାଙ୍କର ପୁଋଷବନ୍ଧୁ ରାହୁଲ ରାଜ ସିଂଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା I ଏହି ଘଟଣାର ୮ ବର୍ଷ ପରେ ମୁମ୍ବାଇ କୋର୍ଟ ନିଜର ନିଷ୍ପତ୍ତି ଶୁଣାଇଛନ୍ତି। ଏହି ମାମଲାରେ ଅଭିନେତ୍ରୀଙ୍କ ବୟଫ୍ରେଣ୍ଡ ରାହୁଲ ରାଜ ସିଂଙ୍କ ଦୋଷମୁକ୍ତ ଅପିଲ୍‌କୁ କୋର୍ଟ ଖାରଜ କରି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ବୟଫ୍ରେଣ୍ଡ ରାହୁଲ ରାଜ ସିଂଙ୍କ ନିର୍ଯାତନା ଯୋଗୁ ଅଭିନେତ୍ରୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ରାହୁଲ ଦେଇଥିବା ନିର୍ଯାତନା ପ୍ରତ୍ୟୁଷାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା। ରାହୁଲ,ପ୍ରତ୍ୟୁଷାଙ୍କୁ ମରିବା ପାଇଁ ଉସୁକାଇଥିଲେ।

କୋର୍ଟ ସ୍ପଷ୍ଟ କରି କହିଛନ୍ତି ଯେ ରାହୁଲ ଅଭିନେତ୍ରୀଙ୍କୁ ଶାରୀରିକ, ଭାବନାତ୍ମକ, ଆର୍ଥିକ ନିର୍ଯାତନା ସହିତ ଶୋଷଣ କରୁଥିଲେ, ଯାହାଫଳରେ ଅଭିନେତ୍ରୀ ଡିପ୍ରେସନକୁ ଚାଲିଯାଇଥିଲେ। ଯେତେବେଳେ ପ୍ରତ୍ୟୁଷା ଇମୋସ୍‌ନାଲି ବ୍ରେକ୍‌ଡାଉନ ଦେଇ ଗତି କରୁଥିଲେ, ସେତେବେଳେ ଅଭିଯୁକ୍ତ ବୟଫ୍ରେଣ୍ଡ୍‌ ତାଙ୍କ ସମସ୍ୟାଗୁଡ଼ିକୁ କମ୍‌ କରିବା ପାଇଁ କୌଣସି ସାହାଯ୍ୟ କରି ନ ଥିଲେ। ଏମିତିରେ କଥା ସ୍ପଷ୍ଟ ହେଉଛି ଯେ ରାହୁଲ ସିଂ ଅଭିନେତ୍ରୀଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ।

ସୂଚନାନୁସାରେ, ଅଗଷ୍ଟ ୧୪ ରେ ରାହୁଲ ରାଜ ସିଂ ନିଜକୁ ଦୋଷମୁକ୍ତ କରିବା ପାଇଁ ମୁମ୍ବାଇର ଏକ କୋର୍ଟରେ ଚାର୍ଜସିଟ ଦାଖଲ କରିବାକୁ ଏକ ଆବେଦନ କରିଥିଲେ । ଏହା ୩୧ ଅଗଷ୍ଟରେ କୋର୍ଟରେ ଦାଖଲ କରାଯାଇଥିଲା । ଭାରତୀୟ ଦଣ୍ଡବିଧାନ ଅନୁସାରେ କୋର୍ଟ ରାହୁଲ ସିଂଙ୍କ ବିରୋଧରେ ଆଇପିସି ଧାରା ୩୦୬ (ଆତ୍ମହତ୍ୟା ପାଇଁ ଉସକେଇବା ), ୫୦୪ (ଉଦ୍ଦେଶ୍ୟମୂଳକ ଅପମାନ), ୫୦୬ (ଅପରାଧିକ ଧମକ) ଏବଂ ୩୨୩ (ସ୍ବେଚ୍ଛାକୃତ ଭାବେ ଆଘାତ ଦେବା) ଅନୁଯାୟୀ ଏକ ମାମଲା ରୁଜୁ କରିଛନ୍ତି I

Tags: