ପ୍ରକାଶରାଜଙ୍କ ଏଣ୍ଟ୍ରି

ପ୍ରକାଶରାଜଙ୍କ ଏଣ୍ଟ୍ରି
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ବଦଳୁଛି ପ୍ରୋଜେକ୍ଟ

ଅଜୟ ଦେବଗନଙ୍କ ବହୁପ୍ରତିକ୍ଷିତ ଚଳଚ୍ଚିତ୍ର 'ଦୃଶ୍ୟମ୍ ୩'ର କାଷ୍ଟରେ ବରିଷ୍ଠ ଅଭିନେତା ପ୍ରକାଶ ରାଜ ସାମିଲ ହୋଇଥିବା ନେଇ ସୂଚନା ମିଳିଛି, ଯାହାକୁ ନେଇ ସେ ନିଜେ ସୋସିଆଲ ମିଡିଆରେ ସ୍ପଷ୍ଟ କରିଛନ୍ତି | କିଛି ଦିନ ପୂର୍ବରୁ ଅକ୍ଷୟ ଖାନ୍ନା ଏହି ଫ୍ରାଞ୍ଚାଇଜରୁ ବାହାରିଯିବା ଖବରକୁ ନେଇ ବେଶ୍ ଚର୍ଚ୍ଚା ହେଉଥିବା ବେଳେ ପ୍ରକାଶ ରାଜଙ୍କ ଏଣ୍ଟ୍ରି ଫିଲ୍ମକୁ ଏକ ନୂଆ ଟୁଇଷ୍ଟ ଦେଇଛି । ଏନେଇ ନିଜେ ପ୍ରକାଶରାଜ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ସେ ଫିଲ୍ମ ପାଇଁ ସୁଟିଂ ଆରମ୍ଭ କରିଥିବା ମଧ୍ୟ ଜଣାଇଛନ୍ତି । ହେଲେ ପ୍ରକାଶରାଜ ଜଣେ ଅଭିନେତାଙ୍କୁ ଫିଲ୍ମରେ ରିପ୍ଲେସ କରିଥିବାନେଇ ଆଲୋଚନା ହେଉଥିଲା, ତେବେ ସେ କୌଣସି ଅଭିନେତାଙ୍କ ସ୍ଥାନ ନେଉନାହାଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ସେ ଏଥିରେ ଏକ ସମ୍ପୂର୍ଣ୍ଣ ନୂଆ ତଥା ଦମଦାର ଚରିତ୍ରରେ ନଜର ଆସିବେ ବୋଲି ମତ ଦେଇଛନ୍ତି । ଅଭିଷେକ ପାଠକଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଏହି ଫିଲ୍ମରେ ଅଜୟ ଦେବଗନ ପୁଣିଥରେ ବିଜୟ ସାଲଗାଓଁକର ଭୂମିକାରେ ଅବତୀର୍ଣ୍ଣ ହେବେ ଏବଂ ତାଙ୍କ ସହ ତବୁ, ଶ୍ରିୟା ଶରଣ, ରଜତ କପୁର, ଇଶିତା ଦତ୍ତ ଓ ମୃଣାଳ ଯାଦବ ମଧ୍ୟ ପ୍ରମୁଖ ଭୂମିକାରେ ରହିବେ | ଉଲ୍ଲେଖଯୋଗ୍ୟ ଯେ, ଅଭିଷେକ ପାଠକ, ଅମିଲ କିଆନ୍ ଖାନ୍ ଏବଂ ପରଭେଜ ଶେଖଙ୍କ ଦ୍ୱାରା ଲିଖିତ ଏହି ଚଳଚ୍ଚିତ୍ରଟି ଆସନ୍ତା ୨ ଅକ୍ଟୋବର ୨୦୨୬ରେ ରିଲିଜ ହେବାପାଇଁ ଯୋଜନା ହୋଇଛି । ଦୃଶ୍ୟମ ୩ର ନିର୍ମାଣ ନେଇ ଜଣାପଡିବା ଦିନଠାରୁ ଏହାକୁ ନେଇ ଦର୍ଶକ ଖୁବ ଉତ୍ସାହିତ ଅଛନ୍ତି ।

ସମ୍ବନ୍ଧିତ ଖବର ଅନଲାଇନ ବଡିସେମିଂ କଷ୍ଟଦାୟକ

Tags:

Related Posts