ଆଲିଆଙ୍କୁ ପ୍ରଶଂସା

ନିଜର ଚୁଲବୁଲି ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଆଲିଆ ବର୍ତ୍ତମାନ ନିଜର ସେନ୍ସଟିଭ୍‌ ଆଟିଚୁ୍ୟଡ୍‌ ପାଇଁ ଲାଇମ୍‌ ଲାଇଟ୍‌ରେ । ନିକଟରେ ଆଲିଆଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଆଲିଆ ଜଣେ ଫଟୋଗ୍ରାଫରଙ୍କ ଚପଲକୁ ହାତରେ ଧରି ତାଙ୍କୁ ଦେଉଥିବାର ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଫଟୋଗ୍ରାଫରଙ୍କର ଚପଲଟି ଏକ ସ୍ଥାନରେ ରହିଯାଇଥିଲା, ଯାହା ଆଲିଆଙ୍କ ନଜରରେ ପଡିଥିଲା । ତୁରନ୍ତ ଆଲିଆ ଚପଲଟି କାହାର […]

Samaya Live Picture
Published On

ନିଜର ଚୁଲବୁଲି ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଆଲିଆ ବର୍ତ୍ତମାନ ନିଜର ସେନ୍ସଟିଭ୍‌ ଆଟିଚୁ୍ୟଡ୍‌ ପାଇଁ ଲାଇମ୍‌ ଲାଇଟ୍‌ରେ । ନିକଟରେ ଆଲିଆଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଆଲିଆ ଜଣେ ଫଟୋଗ୍ରାଫରଙ୍କ ଚପଲକୁ ହାତରେ ଧରି ତାଙ୍କୁ ଦେଉଥିବାର ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଫଟୋଗ୍ରାଫରଙ୍କର ଚପଲଟି ଏକ ସ୍ଥାନରେ ରହିଯାଇଥିଲା, ଯାହା ଆଲିଆଙ୍କ ନଜରରେ ପଡିଥିଲା । ତୁରନ୍ତ ଆଲିଆ ଚପଲଟି କାହାର ପଚାରିବା ସହିତ ନିଜ ହାତରେ ଏହାକୁ ଗୋଟାଇ ତାଙ୍କୁ ଦେଇଥିଲେ । ଆଲିଆଙ୍କର ଏହି ଅନ୍ଦାଜ ତାଙ୍କ ଫ୍ୟାନଙ୍କୁ ବେଶ ପସନ୍ଦ ଆସିଛି । ସମସ୍ତେ ତାଙ୍କର ଡାଉନ୍‌ ଟୁ ଆର୍ଥ ଗୁଣର ପ୍ରଂଶସା କରିଛନ୍ତି । ସେଲିବ୍ରିଟି ହୋଇ ମଧ୍ୟ ପାପରାଜି ମାନଙ୍କର ଏତେ କେୟାର ନେଉଥିବାରୁ ସମସ୍ତେ ତାଙ୍କୁ ବେଶ ଭଲପାଇବା ଦେଇଛନ୍ତି । ୱାର୍କଫ୍ରଣ୍ଟ୍‌ କଥା କହିଲେ ଆଗକୁ ଆଲିଆଙ୍କର ରଣବୀରଙ୍କ ସହ ‘ରକି ୱର ରାନି କୀ’ ପ୍ରେମ କାହାଣୀ ଆସିବାକୁ ଯାଉଛି । ଯାହା ଜୁଲାଇ ୨୮ରେ ପରଦାକୁ ଆସିବ, ଏହି ପ୍ରୋଜେକଫକୁ ନେଇ ଆଲିଆ ବେଶ ଖୁସି ଅଛନ୍ତି ।

Tags: