ଚାରିଆଡୁ ପ୍ରଶଂସା
By: Ipsita
ସମ୍ବନ୍ଧିତ ଖବର ଅଭିନେତ୍ରୀଙ୍କୁ ମାଡ ଅଭିଯୋଗ
ନିକଟରେ ରିଲିଜ ହୋଇଛି ଫିଲ୍ମ ହକ୍, ଯେଉଁଥିରେ ଦର୍ଶକ ୟାମୀ ଗୌତମ ଓ ଇମ୍ରାନ ହାସମିଙ୍କୁ ଏକାଠି ଦେଖିଥିଲେ । ଫିଲ୍ମଟି ଦର୍ଶକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ସମସ୍ତଙ୍କୁ ଖୁବ ପସନ୍ଦ ଆସିିଛି । ବିଶେଷଭାବେ ୟାମି ଗୌତମଙ୍କ ଅଭିନୟ ସମସ୍ତଙ୍କୁ ଖୁବ ଭଲ ଲାଗୁଥିବା ଦେଖିବାକୁ ମିଳୁଛି । ୟାମୀଙ୍କ ଅଭିନୟର ପ୍ରଶଂସା ଏକାଧୀକ ସେଲିବ୍ରିଟି କରୁଥିବା ନିକଟରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଆଲିଆ ଭଟ୍ଟ, କରଣ ଜୋହର ଓ ସାମନ୍ଥା ରୁଥ ପ୍ରଭୁଙ୍କ ଭଳି ସେଲିବ୍ରିଟି ୟାମୀ ଗୌତମଙ୍କ ଅଭିନୟର ପ୍ରଶଂସା କରିଛନ୍ତି । ସମସ୍ତେ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜନିଜର ଖୁସି ଜାହିର କରୁଥିବାର ଦେଖିବାକୁ ମିଳୁଛି ।
ସମ୍ବନ୍ଧିତ ଖବର ସମ୍ପର୍କରେ ମାରିଲେ ମୋହର
Tags:



