ରିଦ୍ଧିମାଙ୍କୁ ପ୍ରଶଂସା

ରିଦ୍ଧିମାଙ୍କୁ ପ୍ରଶଂସା
Ipsita Picture
By: Ipsita
Published On


ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ନିକଟରେ ଚଳଚ୍ଚିତ୍ର ଦାଦି କି ଶାଦିର ଏକ ସ୍ପେଶାଲ ସ୍କ୍ରିନିଂରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଫିଲ୍ମର ଷ୍ଟାରକାଷ୍ଟଙ୍କୁ ଆମିର ଭୂୟସୀ ପ୍ରଶଂସା କରିଥିବା ଦେଖିବାକୁ ମିଳିଥିଲା । ବିଶେଷକରି ରିଷି କପୁରଙ୍କ ଝିଅ ତଥା ଅଭିନେତ୍ରୀ ରିଦ୍ଧିମା କପୁରଙ୍କର ଆମିର ପ୍ରଶଂସା କରୁଥିବା ଏଠାରେ ଦେଖିବାକୁ ମିଳିଥିଲା । ରିଦ୍ଧିମା କପୁର ନିଜର ଡେବ୍ୟୁ ଫିଲ୍ମରେ ନିଜ ଭାଇ ରଣବୀର କପୁରଙ୍କ ଅପେକ୍ଷା ଅଧିକ ଚମତ୍କାର ଅଭିନୟ କରିଛନ୍ତି ବୋଲି ଆମିର ମତ ଦେଇଥିଲେ । ସୂଚନା ଅନୁସାରେ ଆମିରଙ୍କ ଭଉଣୀ ନିଖତ ଖାନ ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବାରୁ ସେ ନିଜ ବାସଭବନରେ ଏହି ସ୍କ୍ରିନିଂ ଓ ଡିନରର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନୀତୁ କପୁର, କପିଲ ଶର୍ମା, ସାଦିଆ ଖତିବ ଏବଂ ନିର୍ଦ୍ଦେଶକ ଆଶିଷ ଆର ମୋହନଙ୍କ ସମେତ ପୂରା ଟିମ୍ ଉପସ୍ଥିତ ଥିଲେ। ମେ ୮ ତାରିଖରେ ମୁକ୍ତିଲାଭ କରିଥିବା ଏହି ସିନେମାକୁ ନେଇ ଆମିର ବେଶ ଉତ୍ସାହିତ ଥିବାବେଳେ ସେ ଏହାକୁ ଏକ  କମେଡି ସହିତ ଏକ ସୁନ୍ଦର ପାରିବାରିକ ଫିଲ୍ମ ଭାବେ ବର୍ଣ୍ଣନା କରିଛନ୍ତି । ପୁରା ଟିମର କାମକୁ ଆମିର ଖୁବ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ଆଶିଷ ଆର ମୋହନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟିର କାହାଣୀ ସମସ୍ତ ବର୍ଗର ଦର୍ଶକଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ମନୋରଞ୍ଜନ ପ୍ୟାକେଜ୍ ବୋଲି ମେକର୍ସ ଆଶା ରଖିଛନ୍ତି ।

Tags: