ଜାହ୍ନବୀଙ୍କୁ ପ୍ରଶଂସା

ଜାହ୍ନବୀଙ୍କୁ ପ୍ରଶଂସା
Ipsita Picture
By: Ipsita


ବାଙ୍ଗଲାଦେଶରେ ହିନ୍ଦୁ ଯୁବକ ଦିପୁ ଚନ୍ଦ୍ର ଦାଶଙ୍କ ମୃତ୍ୟୁରେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ନିଜର କଡା ପ୍ରତିକ୍ରିୟା ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ଜାହ୍ନବୀ ଦେଇଥିବା କଡା ମନ୍ତବ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ନିକଟରେ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଦିପୁ ଚନ୍ଦ୍ର ଦାସ ଟାଇଟଲ ଥାଇ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ବାଙ୍ଗଲାଦେଶରେ ହେଉଥିବା ସବୁ ଘଟଣା ବର୍ବରତାପୂର୍ଣ୍ଣ ବୋଲି ଜାହ୍ନବୀ ମତ ଦେଇଛନ୍ତି । ଘଟଣାର ନିନ୍ଦା କରିବା ସହିତ ଏହାକୁ ନରସଂହାର ବୋଲି ସେ କହିଛନ୍ତି । ଜାହ୍ନବୀଙ୍କର ଏହି ପୋଷ୍ଟପାଇଁ ତାଙ୍କୁ ଅନେକ ପ୍ରଶଂସା ମିଳିଛି । ଅନେକ ସେଲିବ୍ରିଟି ଏହି ସମୟରେ ଚୁପ ରହିବାକୁ ନିଷ୍ପତ୍ତି ନେଇଥିବାବେଳେ ଜାହ୍ନବୀ ଏସମ୍ପର୍କରେ କଥା ହୋଇଛନ୍ତି, ତେଣୁ ସମସ୍ତେ ତାଙ୍କ ସାହସକୁ ଖୁବ ପ୍ରଶଂସା କରୁଛନ୍ତି । ଦାହ୍ନବୀ କେବଳ ପରଦା ନୁହେଁ ଅସଲ ଜୀବନରେ ବି ଜଣେ ହିରୋଇନ ବୋଲି ଅନେକ ମତ ଦେଇଛନ୍ତି । ସୋସିଆଲ ମିଡିଆରେ ତାଙ୍କ ପୋଷ୍ଟ ଖୁବ ଭାଇରାଲ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର ଜାନୁଆରୀ ୨୫ ରୁ ଖଣ୍ଡଗିରି ମେଳା

Tags:

Related Posts

ଓ ମାଇ ଗଡରେ ରାଣୀ

ଓ ମାଇ ଗଡରେ ରାଣୀ

ନାଗୀନରେ ଈଶା

ନାଗୀନରେ ଈଶା