ଦ୍ବିତୀୟ ବିବାହ ପାଇଁ ଯୋଜନା
ବଲିଉଡ୍ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବୈବାହିକ ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି । ବର୍ତ୍ତମାନ ସୁନିତାଙ୍କ ଦାବି ଅନୁଯାୟୀ ଗୋବିନ୍ଦା ଓ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାର ବିବାହ କରିବାକୁ ଯୋଜନା କରୁଥିଲେ । ତେବେ ସେ ଏହି ଦାବି ରାକ୍ଷୀ ସାୱନ୍ତଙ୍କ ଆଗରେ କରିଥିବା ଜଣା ପଡିଛି । ଯେଉଁଥିପାଇଁ ସେ ନିଜ ଛାଡପତ୍ର ଆବେଦନ ପ୍ରତ୍ୟାହାର କରିଥିବା ଜଣାପଡିଛି । ସେହିଭଳି ଗୋବିନ୍ଦା ଓ କୋମଲଙ୍କୁ ଏକାଠି ଦେଖିବା ତାଙ୍କ ପାଇଁ ଖୁବ ଯନ୍ତ୍ରଣାଦାୟକ ଥିଲା ବୋଲି ସୁନିତା ରାକ୍ଷୀଙ୍କ ଆଗରେ ପ୍ରକାଶ କରିଥିବା ଜଣାପଡିଛି । ଅନ୍ୟପଟେ, ଏହି ବ୍ୟକ୍ତିଗତ ବିବାଦ ମଧ୍ୟରେ ଗୋବିନ୍ଦା ଦୀର୍ଘ ସାତ ବର୍ଷ ପରେ 'ରୂପା' ଚଳଚ୍ଚିତ୍ର ଜରିଆରେ ବଡ଼ ପରଦାକୁ ଫେରୁଛନ୍ତି, ଯେଉଁଥିରେ ସେ ନିଜେ ପ୍ରଯୋଜକ ଅଛନ୍ତି ଏବଂ ତାଙ୍କ ବିପକ୍ଷରେ କୋମଲ ରାଣୀ ସ୍ୱର୍ଣ୍ଣକାର ମୁଖ୍ୟ ନାୟିକା ଭାବେ ଅଭିନୟ କରୁଛନ୍ତି ।
Tags:




