ପସନ୍ଦ ଆସିବ ସିକୁଏଲ
'ଆୱାରାପନ୍ ୨' ରିଲଜ ପରେ ୨୦୦୭ର ମୂଳ ଚଳଚ୍ଚିତ୍ର 'ଆୱାରାପନ୍' ବର୍ତ୍ତମାନ ଚର୍ଚ୍ଚାକୁ ଆସିଛି । ଏଥିରେ ଆଲିୟା ହାମିଦ୍ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଶ୍ରୀୟା ଶରନ୍ ନିକଟରେ ନିଜର ପୁରୁଣା ଅଭିଜ୍ଞତା ବାଣ୍ଟିଛନ୍ତି । ନିର୍ଦ୍ଦେଶକ ମୋହିତ ସୁରୀଙ୍କୁ ଜଣେ ଅତ୍ୟନ୍ତ ଭାବପ୍ରବଣ ନିର୍ଦ୍ଦେଶକ ଭାବେ ସେ ବର୍ଣ୍ଣନା କରିଛନ୍ତି । ସେହିଭଳି ଏହି ଫିଲ୍ମଟି ଅଭିନେତା ଇମ୍ରାନ୍ ହାଶମୀଙ୍କ ପାଇଁ ବହୁତ ଖାସ୍ ଥିଲାବୋଲି ଶ୍ରୀୟା ମତ ଦେଇଛନ୍ତି । ମୂଳ ଫିଲ୍ମଟି ବକ୍ସ ଅଫିସ୍ରେ ବିଫଳ ହୋଇଥିବାରୁ ସେ ଅତ୍ୟନ୍ତ ନିରାଶ ହୋଇଥିଲେ ବୋଲି ପ୍ରକାଶ କରିବା ସହ କହିଛନ୍ତି ଯେ ଏହି ଚଳଚ୍ଚିତ୍ରଟି ନିଜ ସମୟଠାରୁ ଯଥେଷ୍ଟ ଆଗୁଆ ଥିଲା । ଲୋକମାନେ ଫିଲ୍ମ ଓ ଏହାର ଗୀତଗୁଡ଼ିକୁ ବହୁତ ଭଲପାଇବା ଦେଇଥିଲେ ହେଁ ତାହା କାହିଁକି ବ୍ୟବସାୟିକ ସଫଳତାରେ ପରିଣତ ହୋଇପାରିନଥିଲା, ଯାହା ସେତେବେଳେ ତାଙ୍କୁ ଦୁଃଖ ଦେଇଥିଲା । ତେବେ କାହାଣୀର ଗଭୀରତା ଯୋଗୁଁ ଆଜି ବି ଲୋକଙ୍କ ହୃଦୟରେ ଏହି ଫିଲ୍ମ ପ୍ରତି ଭଲପାଇବା ରହିଛି ଏବଂ ଆଗାମୀ ସିକ୍ୟୁଏଲ୍ 'ଆୱାରାପନ୍ ୨' ସଫଳ ହେବବୋଲି ସେ ଆଶା ରଖିଛନ୍ତି ।




