ପସନ୍ଦ ଆସୁଛି କେମେଷ୍ଟ୍ରୀ
By: Ipsita
ସମ୍ବନ୍ଧିତ ଖବର ମିଳୁଛି ଖୁବ ପ୍ରଶଂସା
ନିକଟରେ ରିଲିଜ ହୋଇଛି ବିଶାଲ ଭରଦ୍ବାଜଙ୍କ ଫିଲ୍ମ ଓ ରୋମିଓର ପ୍ରଥମ ଗୀତ । ଯେଉଁଥିରେ ସାହିଦ କପୁର ଓ ତୃପ୍ତି ଡିମିରିଙ୍କୁ ଏକାଠି ଦେଖିବାକୁ ମିଳୁଛି । ଉଭୟଙ୍କ କେମେଷ୍ଟ୍ରୀକୁ ଦର୍ଶକ ଖୁବ ଭଲପାଇବା ଦେଉଥିବା ଦେଖିବାକୁ ମିଳୁଛି । ଗୀତରେ ସାହିଦ କପୁର ଓ ତୃପ୍ତିଙ୍କ ଭିତରେ ଖୁବ ଭଲ କେମେଷ୍ଟ୍ରୀ ଦେଖିବାକୁ ମିଳିଥିବାନେଇ ସୋସିଆଲ ମିଡିଆରେ ଆଲୋଚନା ଆରମ୍ଭ ହୋଇଛି । ଉଭୟଙ୍କ କେମେଷ୍ଟ୍ରୀ ଦେଖିବାପରେ ଫିଲ୍ମ ଦେଖିବାକୁ ଦର୍ଶକଙ୍କ ଭିତରେ ଆଗ୍ରହ ବଢିଥିବା ପରିଲକ୍ଷିତ ହୋଇଛି । ସେହିଭଳି ଗୀତ ମଝିରେ ଅବିନାଶ ତିୱାରୀଙ୍କର ଏକ ଝଲକ ଦେଖିବାକୁ ମିଳିଛି ଯାହା ଖୁବ ଭିନ୍ନ ରହିଛି । ଏଥିରେ ଅବିନାଶଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ଏଥିରେ ତାଙ୍କର କିଛି ଡାଇଲଗ ମଧ୍ୟ ଶୁଣିବାକୁ ମିଳିଛି । ପ୍ରଥମଥର ପାଇଁ ପରଦାରେ ସାହିଦ ଓ ତୃପ୍ତିଙ୍କୁ ଏକାଠି ଦେଖିବାକୁ ମିଳିବ । ଉଭୟଙ୍କ ଯୋଡି ଦମଦାର ହେବବୋଲି ମେକର୍ସ ଆଶା ରଖିଛନ୍ତି ।
ସମ୍ବନ୍ଧିତ ଖବର ଆତ୍ମବିଶ୍ବାସ ହିଁ ସଫଳତାର ଚାବିକାଠି
Tags:



