ଏକାଠି ଆସିବେ ପର୍ଲ-ପ୍ରିୟା
କିଛିଦିନ ପୂର୍ବେ ଏକ ଭିଡିଓରୁ ରାତାରାତି ଷ୍ଟାର୍ ପାଲଟିଥିବା ସାଉଥ୍ ଆକ୍ଟ୍ରେସ ପ୍ରିୟା ପ୍ରକାଶ ୱାରିଅର୍ ଖୁବ୍ଶୀଘ୍ର ହିନ୍ଦୀ ଡେବୁ୍ୟ କରିବାକୁ ଯାଉଛନ୍ତି । ଅପ୍କମିଂ କମେଡି ଡ୍ରାମା ଫିଲ୍ମ ୟାରିଆ ୨ରେ ତାଙ୍କୁ ଦେଖିବାକୁ ମିଳିବ । ତାଙ୍କ ବିପକ୍ଷରେ ଲୋକପ୍ରିୟ ଟେଲି ଆକେଫ୍ରସ୍ ପର୍ଲ ଭି. ପୁରୀ ଏହି ଫିଲ୍ମରେ ନଜର ଆସିବେ । ନାଗିନ୍ ୩ରେ ମିହିର ଭୂମିକାରେ ଅଭିନୟ କରିବା ପରେ ଘରେ ଘରେ ବେଶ୍ ଲୋକପ୍ରିୟ ହୋଇପାରିଥିବା ପର୍ଲଙ୍କ ଏହା […]
କିଛିଦିନ ପୂର୍ବେ ଏକ ଭିଡିଓରୁ ରାତାରାତି ଷ୍ଟାର୍ ପାଲଟିଥିବା ସାଉଥ୍ ଆକ୍ଟ୍ରେସ ପ୍ରିୟା ପ୍ରକାଶ ୱାରିଅର୍ ଖୁବ୍ଶୀଘ୍ର ହିନ୍ଦୀ ଡେବୁ୍ୟ କରିବାକୁ ଯାଉଛନ୍ତି । ଅପ୍କମିଂ କମେଡି ଡ୍ରାମା ଫିଲ୍ମ ୟାରିଆ ୨ରେ ତାଙ୍କୁ ଦେଖିବାକୁ ମିଳିବ । ତାଙ୍କ ବିପକ୍ଷରେ ଲୋକପ୍ରିୟ ଟେଲି ଆକେଫ୍ରସ୍ ପର୍ଲ ଭି. ପୁରୀ ଏହି ଫିଲ୍ମରେ ନଜର ଆସିବେ । ନାଗିନ୍ ୩ରେ ମିହିର ଭୂମିକାରେ ଅଭିନୟ କରିବା ପରେ ଘରେ ଘରେ ବେଶ୍ ଲୋକପ୍ରିୟ ହୋଇପାରିଥିବା ପର୍ଲଙ୍କ ଏହା ହେବ ପ୍ରଥମ ଫିଲ୍ମ । ଏମାନଙ୍କ ବ୍ୟତୀତ ୟାରିଆ ୨ରେ ଦିବ୍ୟା ଖୋସଲା କୁମାର, ୟଶ୍ ଦାସଗୁପ୍ତା, ମୀଜାନ୍ ଜାଫ୍ରି ପ୍ରମୁଖଙ୍କୁ ଦେଖିବାକୁ ମିଳିବ । ଫିଲ୍ମଟି ମାଲାୟାଲାମ୍ ଫିଲ୍ମ ବ୍ୟାଙ୍ଗାଲୋର୍ ଡେଜ୍ର ରିମେକ୍ ବୋଲି ଶୁଣିବାକୁ ମିଳୁଛି । ରାଧିକା ରାଓ ଏବଂ ବିନୟ ଶପ୍ରୁ ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିବାବେଳେ ଫିଲ୍ମଟି ଅକେଫାବର ୨୦ରେ ରିଲିଜ୍ ହେବ । ୨୦୧୪ରେ ରିଲିଜ୍ ହୋଇଥିବା ଏହାର ପ୍ରଥମ ଭାଗଟି ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ଆସିଥିଲା । ହିମାଂଶୁ କୋଲି ଏବଂ ରକୁଲ ପ୍ରୀତ ସିଂହ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।




