ପ୍ରକୃତିରେ ମିଳିଥାଏ ଶାନ୍ତି

ପ୍ରକୃତିରେ ମିଳିଥାଏ ଶାନ୍ତି
Ipsita Picture
By: Ipsita
Published On

 

ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ପୁଣିଥରେ ନିଜର ଆଧ୍ୟାତ୍ମିକ ଯାତ୍ରା ପାଇଁ ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି । ଯେଉଁଠାରେ ସେ ଟିହରୀର ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ୧୮ କିଲୋମିଟର ପଦଯାତ୍ରା କରି ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିଛନ୍ତି । ଗତ ଏପ୍ରିଲ ୧୧ ତାରିଖରେ ଟିହରୀର ଘୁତ୍ତୁରେ ପହଞ୍ଚିଥିବା ସାରା, ପନୱାଲୀ କାଣ୍ଠା ବୁଗ୍ୟାଲ୍ର ବରଫପାତ ମଧ୍ୟରେ ତିନି ଦିନ ସମୟ ଅତିବାହିତ କରିଥିଲେ ଏବଂ କୌଣସି ହୋଟେଲ୍ ସୁବିଧା ନଥିବାରୁ ଟେଣ୍ଟ୍ରେ ରାତି କାଟିଥିଲେ । ଏହି ଟ୍ରେକିଂ ସମୟରେ ସେ ସ୍ଥାନୀୟ ଲୋକଙ୍କ ସହ ମିଶି ପାହାଡ଼ିଆ ସଂସ୍କୃତି ବିଷୟରେ ଜାଣିବା ସହ ଲାଲ୍ ଚାଉଳ, ମାଣ୍ଡିଆ ରୁଟି ଓ ଲିଙ୍ଗଡ଼ି ସବ୍ଜି ପରି ପାରମ୍ପରିକ ପାହାଡ଼ିଆ ଖାଦ୍ୟର ସ୍ୱାଦ ଚାଖିଥିଲେ । ଉଲ୍ଲେଖଯୋଗ୍ୟ ଯେ, ସାରାଙ୍କର ଉତ୍ତରାଖଣ୍ଡ ସହ ଏକ ଗଭୀର ଆଧ୍ୟାତ୍ମିକ ସମ୍ପର୍କ ରହିଛି; ସେ ନିଜର ପ୍ରଥମ ଫିଲ୍ମ 'କେଦାରନାଥ' ପରଠାରୁ ଅନେକ ବାର ବାବା କେଦାରନାଥଙ୍କ ଦର୍ଶନ ପାଇଁ ଯାଇଥାଆନ୍ତି । ସେହିଭଳି ଗତ ଅକ୍ଟୋବରରେ ସେ ରୁଦ୍ରନାଥଙ୍କ ଦର୍ଶନ ପାଇଁ ୨୦ କିଲୋମିଟର ପାଦରେ ଚାଲି ଚାଲି ଯାଇଥିଲେ। ତାଙ୍କୁ ସବୁବେଳେ ପ୍ରକୃତିରୁ ଶାନ୍ତି ମିଳିଥାଏ ବୋଲି ସେ ଅନେକ ସାକ୍ଷାତକାରରେ ମତବ୍ୟକ୍ତ କରିଛନ୍ତି ।

Tags: