ପିସିଙ୍କ କମବ୍ୟାକ

ପିସିଙ୍କ କମବ୍ୟାକ
Ipsita Picture
By: Ipsita
Published On

 

ପ୍ରିୟଙ୍କା ଚୋପ୍ରା ପ୍ରାୟ ଛଅ ବର୍ଷ ପରେ ଭାରତୀୟ ସିନେମାକୁ ଫେରୁଛନ୍ତି ଏବଂ ସେ ଏସ.ଏସ. ରାଜାମୌଲିଙ୍କ ଆଗାମୀ ଚଳଚ୍ଚିତ୍ର 'ବାରାଣସୀ'ରେ ମହେଶ ବାବୁଙ୍କ ସହ ନଜର ଆସିବେ, ଯାହା ୨୦୨୭ ମସିହାରେ ମୁକ୍ତିଲାଭ କରିବାର ସମ୍ଭାବନା ଅଛି । ତେବେ ଏକ ସାକ୍ଷାତକାରରେ ପ୍ରିୟଙ୍କା 'ଡନ୍ ୩' ଏବଂ 'କ୍ରିସ ୪'ରେ ଅଭିନୟ କରିବା ସମ୍ପର୍କରେ କଥା ହୋଇଛନ୍ତି ।  ସେ ଏହି ସବୁ ଆଇକନିକ ଚରିତ୍ରରେ ପୁଣିଥରେ ଅଭିନୟ କରିବାତୁ ପ୍ରସ୍ତୁତ କିନ୍ତୁ ଏଥିପାଇଁ କାହାଣୀ ଦମଦାର ହେବା ଜରୁରୀ ବୋଲି ପିସି ମତ ଦେଇଛନ୍ତି । ତେବେ ଏହି ସାକ୍ଷାତକାରରେ ଏଭଳି କିଛି ହିଣ୍ଟ ମିଳିଛି କି ଏହି ସବୁ ସିକୁଏଲ ଖୁବଶୀଘ୍ର ନିର୍ମାଣ ହେବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି । ଖୁବଶୀଘ୍ର ଏଗୁଡିକରେ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିବ ବୋଲି ତାଙ୍କ ଫ୍ୟାନମାନେ ଆଲୋଚନା କରିବା ଆରମ୍ଭ କରିଛନ୍ତି । ଜଣେ ବିଶ୍ୱସ୍ତରୀୟ ତାରକା ଭାବରେ ପ୍ରିୟଙ୍କାଙ୍କ କ୍ୟାରିୟର ଅତ୍ୟନ୍ତ ପ୍ରେରଣାଦାୟକ, ଯିଏ କି ୨୦୦୦ ମସିହାରେ 'ମିସ୍ ୱାର୍ଲ୍ଡ' ମୁକୁଟ ଜିତିବା ପରେ ବଲିଉଡରେ 'ଅନ୍ଦାଜ୍', 'ଏତରାଜ୍', 'ଫ୍ୟାଶନ' ଏବଂ 'ବର୍ଫି' ଭଳି ଚଳଚ୍ଚିତ୍ର ମାଧ୍ୟମରେ ନିଜର ଅଭିନୟର ଯାଦୁ ଦେଖାଇବା ସହ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ହାସଲ କରିଛନ୍ତି ଏବଂ ପରବର୍ତ୍ତୀ ସମୟରେ ହଲିଉଡରେ 'କ୍ୱାଣ୍ଟିକୋ', 'ବେୱାଚ୍' ଓ 'ସିଟାଡେଲ୍' ଭଳି ବଡ଼ ପ୍ରୋଜେକ୍ଟ ଜରିଆରେ ନିଜକୁ ଏକ ଆନ୍ତର୍ଜାତୀୟ ବ୍ରାଣ୍ଡ ଭାବରେ ପ୍ରତିଷ୍ଠିତ କରିଛନ୍ତି |

Tags: