‘ପରିଣୀତା’ ନିର୍ଦ୍ଦେଶକ ପ୍ରଦୀପ ସରକାରଙ୍କ ପରଲୋକ
ମୁମ୍ବାଇ : ଆଉ ନାହାନ୍ତି ଜଣାଶୁଣା ‘ପରିଣୀତା’ ନିର୍ଦ୍ଦେଶକ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଦୀପ ସରକାର । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ଥାଇ ଚିକିତ୍ସାଧୀନ ରହିଥିଲେ I ପ୍ରଦୀପ ସରକାରଙ୍କ ଦେହାନ୍ତ ବିଷୟରେ ତାଙ୍କ ଘନିଷ୍ଠ ବନ୍ଧୁ ତଥା ଚଳଚ୍ଚିତ୍ର ନିର୍ମାତା ହଂସଲ ମେହତା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଗତକାଲି ରାତିରେ ହଠାତ ପ୍ରଦୀପଙ୍କ ଶରୀର ଅସୁସ୍ଥ ହୋଇ ପଡିଥିଲା I ରାତିରେ ତାଙ୍କୁ […]
ମୁମ୍ବାଇ : ଆଉ ନାହାନ୍ତି ଜଣାଶୁଣା ‘ପରିଣୀତା’ ନିର୍ଦ୍ଦେଶକ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଦୀପ ସରକାର । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ଥାଇ ଚିକିତ୍ସାଧୀନ ରହିଥିଲେ I ପ୍ରଦୀପ ସରକାରଙ୍କ ଦେହାନ୍ତ ବିଷୟରେ ତାଙ୍କ ଘନିଷ୍ଠ ବନ୍ଧୁ ତଥା ଚଳଚ୍ଚିତ୍ର ନିର୍ମାତା ହଂସଲ ମେହତା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।
ଗତକାଲି ରାତିରେ ହଠାତ ପ୍ରଦୀପଙ୍କ ଶରୀର ଅସୁସ୍ଥ ହୋଇ ପଡିଥିଲା I ରାତିରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେ ପୂର୍ବରୁ ଡାୟଲିସିସ ରେ ଥିଲେ ଏବଂ ତାଙ୍କ ପୋଟାସିୟମ ସ୍ତର ବହୁତ କମି ଯାଇଥିଲା I ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ୩ଟା ୩୦ରେ ତାଙ୍କର ଦେହାନ୍ତ ଘଟିଥିଲା। ଆଜି ସାନ୍ତାକ୍ରୁଜରେ ଅପରାହ୍ନ ୪ଟାରେ ପ୍ରଦୀପଙ୍କ ଅନ୍ତିମ ସଂସ୍କାର କରାଯିବ। ସେପଟେ ପ୍ରଦୀପ ସରକାରଙ୍କ ନିଧନ ଖବର ଶୁଣି ମନୋଜ ବାଜପେୟୀ, ଅଜୟ ଦେବଗନଙ୍କ ଭଳି କଳାକାର ଟ୍ଵିଟ୍ କରି ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ପ୍ରଦୀପ ସରକାରଙ୍କ ଅତି ଘନିଷ୍ଟ ତଥା ଅଭିନେତ୍ରୀ ନିତୁ ଚନ୍ଦ୍ରା ଏବଂ ପ୍ରଦୀପଙ୍କ ଭଉଣୀ ମାଧୁରୀ ତାଙ୍କ ମୃତ୍ୟୁ ସମ୍ପର୍କରେ ଟ୍ୱିଟ୍ କରି ସ୍ପଷ୍ଟ କରିଛନ୍ତି। ନିଜର ଅତି ଘନିଷ୍ଟ ନିର୍ଦ୍ଦେଶକ ପ୍ରଦୀପ ସରକାର ଦାଦା ଆଉ ନାହାନ୍ତି ବୋଲି ନିତୁ ଚନ୍ଦ୍ରା ଲେଖିଛନ୍ତି। ମୁଁ ତାଙ୍କ ସହ କ୍ୟାରିଅର ଆରମ୍ଭ କରିଥିଲି ବୋଲି ନିତୁ କହିଛନ୍ତି।
ପ୍ରଦୀପ ସରକାର ମହିଳା ପ୍ରାଧାନ୍ୟ ଚଳଚ୍ଚିତ୍ର ପାଇଁ ଜଣାଯାଉଥିଲେ। ସେ ବଲିଉଡ୍କୁ ‘ପରିଣୀତା’, ‘ହେଲିକାପ୍ଟର ଇଲା’ ଓ ‘ମର୍ଦାନୀ’ ଭଳି ଚଳଚ୍ଚିତ୍ର ଭେଟି ଦେଇଛନ୍ତି। ୨୦୦୫ ମସିହାରେ ଫିଲ୍ମ ‘ପରିଣୀତା’ରୁ ସେ ନିର୍ଦ୍ଦେଶନା ଡେବ୍ୟୁ କରିଥିଲେ। ଏହାପରେ ୨୦୦୭ରେ ‘ଲଗା ଚୁନରୀ ମେଁ ଦାଗ୍’, ୨୦୧୦ରେ ‘ଲଫଙ୍ଗେ ପରିନ୍ଦେ’ ଏବଂ ୨୦୧୪ରେ ‘ମର୍ଦାନୀ’ର ନିର୍ଦ୍ଦେଶନା ଦେଇଥିଲେ। ଏହାଛଡ଼ା ସେ ଆହୁରି ବି ଅନେକ ବଲିଉଡ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ପରିନୀତା ଚଳଚ୍ଚିତ୍ରରେ ଜବରଦସ୍ତ ନିର୍ଦ୍ଦେଶନା ପାଇଁ ପ୍ରଦୀପଙ୍କୁ ଜାତୀୟ ଫିଲ୍ମ ପୁରସ୍କାର ମିଳିଛି। ସେ ମଧ୍ୟ ସମ୍ମାନଜନକ ପୁରସ୍କାର ଅବ୍ୟ ପୁରସ୍କାର, ରପା ପୁରସ୍କାର ଏବଂ ଜାତୀୟ ଫିଲ୍ମ ପୁରସ୍କାର ଲାଭ କରିଛନ୍ତି।




