ପାପରାଜିଙ୍କ ସୀମା ରେଖା

ପାପରାଜିଙ୍କ ସୀମା ରେଖା
Ipsita Picture
By: Ipsita
Published On

 

ବଲିଉଡ ଅଭିନେତ୍ରୀ ଜରୀନ୍ ଖାନ୍ ମୁମ୍ବାଇର ଏକ କ୍ଲୋଦିଙ୍ଗ୍ ବ୍ରାଣ୍ଡ ପ୍ରମୋସନ ଇଭେଣ୍ଟରେ ପାପରାଜିଙ୍କ ଉପରେ ପ୍ରବଳ ବର୍ଷିଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ସେ ଏକ ଡ୍ରେସର ପ୍ରମୋସନ କରୁଥିବା ସମୟରେ ଜଣେ ଫଟୋଗ୍ରାଫର ତାଙ୍କୁ ଉକ୍ତ ପୋଷାକ ପିନ୍ଧି ଟ୍ରାଏ କରିଦେଖାଇବାକୁ କହିଥିଲେ । ଏଭଳି କଥା ଜରୀନଙ୍କୁ ଖୁବ ଅପମାନଜନକ ବୋଧହୋଇଥିଲା  ଏବଂ ସେ ଏହାର କଡା ବିରୋଧ କରିଥିଲେ । ସେ ପାପରାଜିଙ୍କୁ ନିଜ ସୀମାରେ ରହିବାକୁ କଡ଼ା ଚେତାବନୀ ଦେଇଥିଲେ । ତାରକା ଏବଂ ପାପରାଜିଙ୍କ ମଧ୍ୟରେ ଏଭଳି ବିବାଦ କିଛି ନୂଆ ନୁହେଁ, କାରଣ ନିକଟରେ ଏକ ଆୱାର୍ଡ ଶୋରୁ ଫେରିବା ସମୟରେ ନେହା ଧୂପିଆଙ୍କ ଧଳା କେଶକୁ ନେଇ କରାଯାଇଥିବା କମେଣ୍ଟ ଏବଂ ବ୍ୟାକ୍ ଫଟୋଶଟ୍ ନେବାକୁ ନେଇ ସେ ସର୍ବସାଧାରଣରେ ଅସନ୍ତୋଷ ପ୍ରକାଶ କରିବା ସହ ଏଭଳି ଅଭଦ୍ରାମି ବନ୍ଦ କରିବାକୁ ଚେତାବନୀ ଦେଇଥିଲେ। ସେହିପରି ଅନ୍ୟ ପକ୍ଷରେ, ଅଭିନେତ୍ରୀ ମଲାଇକା ଆରୋଡା ନିଜର ବ୍ୟକ୍ତିଗତ ବାର୍ତ୍ତାଳାପ ସମୟରେ କ୍ୟାମେରା ନିକଟତର କରିବାକୁ ନେଇ ପାପରାଜିଙ୍କର କ୍ଲାସ ନେଇଥିବା ଦେଖିବାକୁ ମିଳିଥିଲା । ଅନେକ ସମୟରେ ସେଲିବ୍ରେଟିମାନଙ୍କ ବ୍ୟକ୍ତିଗତ ସ୍ୱାଧୀନତା ଓ ପାପରାଜିଙ୍କ ସୀମାରେଖାକୁ ନେଇ ଚର୍ଚ୍ଚା ହେଉଥିବାର ଦେଖିବାକୁ ମିଳିଥାଏ ।

Tags: