ଡେଟ୍ କରୁଛନ୍ତି ପଲକ
ଅଭିନେତ୍ରୀ ପଲକ ତିୱାରୀ ବର୍ତ୍ତମାନ ନିଜ ଲଭ୍ ଲାଇଫ୍କୁ ନେଇ ଚର୍ଚ୍ଚାରେ ରହୁଛନ୍ତି । ଇବ୍ରାହିମ୍ଙ୍କ ସହିତ ତାଙ୍କୁ ସମୟ ବିତାଇବାକୁ ଖୁବ ଭଲ ଲାଗୁଛି । ସେହିଭଳି ଏହି କଥା ନିଜେ ପଲକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୂର୍ବରୁ ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ଆଲୋଚନା ସବୁବେଳେ ହୋଇଥାଏ । ତେବେ ଏହି ସାକ୍ଷାତକାରରେ ପଲକ ଇବ୍ରାହିମ୍ଙ୍କ ସହିତ ପ୍ରେମ ସମ୍ପର୍କ ଥିବା କଥାକୁ ଖଣ୍ଡନ କରିଛନ୍ତି । ଉଭୟ କେବଳ ଭଲ ସାଙ୍ଗ […]
ଅଭିନେତ୍ରୀ ପଲକ ତିୱାରୀ ବର୍ତ୍ତମାନ ନିଜ ଲଭ୍ ଲାଇଫ୍କୁ ନେଇ ଚର୍ଚ୍ଚାରେ ରହୁଛନ୍ତି । ଇବ୍ରାହିମ୍ଙ୍କ ସହିତ ତାଙ୍କୁ ସମୟ ବିତାଇବାକୁ ଖୁବ ଭଲ ଲାଗୁଛି । ସେହିଭଳି ଏହି କଥା ନିଜେ ପଲକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୂର୍ବରୁ ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ଆଲୋଚନା ସବୁବେଳେ ହୋଇଥାଏ । ତେବେ ଏହି ସାକ୍ଷାତକାରରେ ପଲକ ଇବ୍ରାହିମ୍ଙ୍କ ସହିତ ପ୍ରେମ ସମ୍ପର୍କ ଥିବା କଥାକୁ ଖଣ୍ଡନ କରିଛନ୍ତି । ଉଭୟ କେବଳ ଭଲ ସାଙ୍ଗ ବୋଲି ସେ ମତ ଦେଇଛନ୍ତି । ସେ କହିଛନ୍ତି ତାଙ୍କ ବୋରିଂ ଲାଇଫ୍କୁ ଏର୍ନଜେଟିକ୍ କରିବାରେ ଇବ୍ରାହିମ୍ଙ୍କର ଖୁବ ହାତ ରହିଛି । ସେହିଭଳି ଇବ୍ରାହିମଙ୍କ ଡେବୁ୍ୟକୁ ନେଇ ମଧ୍ୟ ପଲକ କଥା ହୋଇଛନ୍ତି । ଇବ୍ରାହିମ୍ ନିଜ କାମରେ ଖୁବ ଭଲ ଓ କ୍ୟାରିୟରରେ ସେ ଖୁବ ଭଲ କରିବେ ବୋଲି ପଲକ ମତ ଦେଇଛନ୍ତି । ତେବେ ପଲକ ମନା କଲେ ମଧ୍ୟ ସୋସିଆଲ ମିଡିଆରେ ୟୁଜର୍ସ ଆକଳନ କରିବା ଆରମ୍ଭ କରିଦେଇଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କଥିବାନେଇ ସେମାନେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ ଇବ୍ରାହିମ୍ ଖାନ୍ ଫିଲ୍ମ ସରଜମିନ୍ ଜରିଆରେ ବଲିଉଡ ଡେବୁ୍ୟ କରିବାକୁ ଯାଉଛନ୍ତି । ସେହିଭଳି ପଲକ ଅନେକ ମୁ୍ୟଜିକ୍ ଭିଡିଓରେ ନଜର ଆସି ସାରିଥିବାବେଳେ ତାଙ୍କୁ ସଲମାନଙ୍କ ଫିଲ୍ମ କିସି କା ଭାଇ କିସି କି ଜାନ୍ରେ ଦେଖିବାକୁ ମିଳିଥିଲା ।




