ମନଖୋଲି କଥାବାର୍ତ୍ତା
କଫି ୱିଥ୍ କରନ୍’ର ଏକ ନୂଆ ଏପିସୋଡ୍ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ଅଭିନେତ୍ରୀ କିଆରା ଆଡଭାନୀ ଅତିଥି ଭାବେ ଯୋଗଦେଇ ଅନେକ ରୋଚକ କଥାର ଖୁଲାସା କରିଛନ୍ତି । ତାଙ୍କ ବିବାହରେ ସବୁଠାରୁ ରୋଚକ ଥିଲା କରନଙ୍କ ଡ୍ୟାନ୍ସ ବୋଲି କିଆରା ମତ ଦେଇଛନ୍ତି । ସେହିଭଳି ନିଜ ଚଳଚ୍ଚିତ୍ର ‘ଦ ଭାନ୍’କୁ ନେଇ ସମାଲୋଚକଙ୍କ ନକାରାତ୍ମକ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ସିଦ୍ଧାର୍ଥ କହିଛନ୍ତି ଯେ ସେ ଏଗୁଡିକୁ ଭୃକ୍ଷେପ କରନ୍ତି ନାହିଁ । ସେମାନେ ସବୁବେଳେ ଖୁବ ପରିଶ୍ରମ କରି ନିଜ କାମ କରୁଛନ୍ତି , ଆଶା ରହୁଛି ସବୁବେଳେ ଦର୍ଶକଙ୍କୁ ଭଲ ଫିଲ୍ମ ଭେଟିଦେବେ । ସେହିଭଳି ଭାରତର ଦର୍ଶକ ନିଜ ସଂସ୍କୃତି ସହ ଜଡ଼ିତ କାହାଣୀ ଦେଖିବାକୁ ପସନ୍ଦ କରନ୍ତି ଏବଂ ‘ଦ ଭାନ୍’ ସେମାନଙ୍କ ପାଇଁ ହିଁ ନିର୍ମିତ ହୋଇଥିଲା । ହେଲେ କିଛି ଲୋକଙ୍କୁ ଏହା ପସନ୍ଦ ଆସିଲାନି, ଯାହାକୁ ସେ ଖୁବ ସହଜରେ ଗ୍ରହଣ କରିଥିବା ପ୍ରକାଶ କରିଛନ୍ତି । ସେହିପରି ନିଜ ଚଳଚ୍ଚିତ୍ର ‘ଟକ୍ସିକ୍’ର ବିଫଳତାକୁ ନେଇ କିଆରା ମଧ୍ୟ ନିଜ ମନକଥା କହିଥିଲେ । ଏହାର ବିଫଳତା କାରଣରୁ ସେ ଦୁଃଖିତ ଥିଲେ, କିନ୍ତୁ ନିଜ କମ୍ଫର୍ଟ ଜୋନ୍ରୁ ବାହାରି ସେ କରିଥିବା ଅଭିନୟକୁ ଦର୍ଶକ ପ୍ରଶଂସା କରିଥିବାରୁ ଏହା ତାଙ୍କ କ୍ୟାରିୟରର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ହୋଇ ରହିବବୋଲି କିଆରା କହିଛନ୍ତି ।




