ଏକମାତ୍ର ପସନ୍ଦ
ଗତ ୧୨ ବର୍ଷ ମଧ୍ୟରେ କିଆରା ଆଡଭାନୀ ଅନେକ ଭିନ୍ନ ଭିନ୍ନ ଚରିତ୍ରରେ ନିଜକୁ ପ୍ରମାଣିତ କରିଛନ୍ତି । 'ଏମ.ଏସ. ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ'ର ସାକ୍ଷୀ ରାୱତଙ୍କ ଠାରୁ ଆରମ୍ଭ କରି 'ୱାର୍ ୨'ର ୱିଙ୍ଗ କମାଣ୍ଡର କାବ୍ୟା ଲୁଥ୍ରା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ବେଶ୍ ଦମଦାର । ଏବେ ସେ ଗୀତୁ ମୋହନଦାସଙ୍କ ଆଗାମୀ ଚଳଚ୍ଚିତ୍ର 'ଟକ୍ସିକ୍: ଏ ଫ୍ୟାରୀ ଟେଲ୍ ଫର୍ ଗ୍ରୋନ୍-ଅପ୍ସ'ରେ 'ନାଦିଆ' ଭଳି ଏକ ଶକ୍ତିଶାଳୀ ଚରିତ୍ରରେ ବଡ଼ ପରଦାକୁ ଫେରୁଛନ୍ତି । କିଆରା ଏହି ଫିଲ୍ମ ଜରିଆରେ ଏକ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରୁଥିବା ଫିଲ୍ମର ନିର୍ଦ୍ଦେଶକ ନିକଟରେ ପ୍ରକାଶ କରିଛନ୍ତି । ନିର୍ଦ୍ଦେଶକଙ୍କ ଅନୁଯାୟୀ, ନାଦିଆ ଚରିତ୍ର ପାଇଁ କିଆରା ହିଁ ତାଙ୍କର ପ୍ରଥମ ଏବଂ ଏକମାତ୍ର ପସନ୍ଦ ଥିଲେ । କାରଣ ତାଙ୍କ ଭିତରେ ସଫ୍ଟ ଓ ଷ୍ଟ୍ରଙ୍ଗ ଉଭୟର ସଠିକ୍ ମିଶ୍ରଣ ରହିଛି । କିଆରା ଏହି ୟୁନିକ ଚରିତ୍ରକୁ ସଠିକ ଭାବେ ପରଦାରେ ଫୁଟାଇ ପାରିଛନ୍ତି ବୋଲି ନିର୍ଦ୍ଦେଶକ ମତ ଦେଇଛନ୍ତି । ଜୁନ୍ ୪, ୨୦୨୬ରେ ମୁକ୍ତିଲାଭ କରିବାକୁ ଥିବା ଏହି ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ରରେ କିଆରାଙ୍କ ସହ ସୁପରଷ୍ଟାର ୟଶ୍, ନୟନତାରା, ହୁମା କୁରେଶୀ ଓ ତାରା ସୁତାରିଆଙ୍କ ଭଳି କଳାକାରମାନେ ନଜର ଆସିବେ ।



