ଅନଲାଇନ ବଡିସେମିଂ କଷ୍ଟଦାୟକ

ଅନଲାଇନ ବଡିସେମିଂ କଷ୍ଟଦାୟକ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ପସନ୍ଦ ଆସିଛି ଧୁରନ୍ଧର ସିକୁଏଲ

ବଲିଉଡର ପ୍ରତିଷ୍ଠିତ ଅଭିନେତା ସଞ୍ଜୟ କପୁର ଏବଂ ମହୀପ କପୁରଙ୍କ କନ୍ୟା ସନାୟା କପୁର ଭାରତୀୟ ଚଳଚ୍ଚିତ୍ର ଜଗତରେ ପାଦ ଦେବା ପୂର୍ବରୁ ହିଁ ସୋସିଆଲ ମିଡିଆରେ ବେଶ୍ ପରିଚିତ। ତେବେ ଗ୍ଲାମର ଦୁନିଆର ସମସ୍ତ ଚାକଚକ୍ୟ ମଧ୍ୟରେ ୨୭ ବର୍ଷୀୟା ସନାୟା ଅନେକ ସମୟରେ ଅନଲାଇନ୍ ନକାରାତ୍ମକତାର ଶିକାର ହୋଇଥାନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ନିଜର ବ୍ୟକ୍ତିଗତ ଅନୁଭୂତି ବାଣ୍ଟିଛନ୍ତି । ଏଥିରେ ସେ ଅନଲାଇନ ବଡିସେମିଂ ସମ୍ପର୍କରେ ମନଖୋଲି କଥା ହୋଇଛନ୍ତି । ଅନଲାଇନ୍ ବଡି ସେମିଂ ଏବଂ ଲୁକ୍ସକୁ ନେଇ କରାଯାଉଥିବା କଟୁ ମନ୍ତବ୍ୟ ତାଙ୍କୁ ମାନସିକ ସ୍ତରରେ ଗଭୀର ଆଘାତ ଦେଇଥାଏ ବୋଲି ସନାୟା ପ୍ରକାଶ କରିଛନ୍ତି। ବିଶେଷ କରି ତାଙ୍କର ଚେହେରାକୁ ନେଇ କରାଯାଉଥିବା ଥଟ୍ଟା ପରିହାସକୁ ଏଡାଇବା ତାଙ୍କ ପାଇଁ ବେଶ୍ ଚ୍ୟାଲେଞ୍ଜିଂ ହୋଇଥାଏ। ତେବେ ସେ ଏହାର ମଧ୍ୟ ରାସ୍ତା ବାହାର କରିଛନ୍ତି । ଯେଉଁସମୟରେ ଏହି ଟ୍ରୋଲିଂ ଅସହ୍ୟ ହୋଇପଡେ, ସେ ସେତେବେଳେ ନିଜ ମାଆ ମହୀପଙ୍କ ସହ ସବୁକଥା ସେୟାର କରନ୍ତି। ତେବେ ସନାୟା ନିଜ କାମକୁ ନେଇ ବେଶ୍ ସଚେତନ।  ଯଦି ଦର୍ଶକ ତାଙ୍କ ଅଭିନୟ ବା ନୃତ୍ୟକୁ ନେଇ କୌଣସି ସମାଲୋଚନା କରନ୍ତି, ତେବେ ସେ ତାହାକୁ ସକାରାତ୍ମକ ଢଙ୍ଗରେ ଗ୍ରହଣ କରନ୍ତି। ତାଙ୍କ ମତରେ, ଭାଷା କଠୋର ହେଲେ ମଧ୍ୟ ଏହା ତାଙ୍କୁ ବାସ୍ତବତା ସହ ଯୋଡି ରହିବାକୁ ସାହାଯ୍ୟ କରିଥାଏ। ନିଜର ଆଗାମୀ ଡେବ୍ୟୁ ଫିଲ୍ମ 'ଆଖୋଁ କି ଗୁସ୍ତାଖିୟାଁ' ପାଇଁ ସେ ଏବେ ବେଶ୍ ଉତ୍ସାହିତ ଅଛନ୍ତି ।

ସମ୍ବନ୍ଧିତ ଖବର ପରମ୍ପରାପ୍ରିୟ

Tags: