ଟ୍ୱିଙ୍କଲ୍‍ଙ୍କୁ ଖିଲାଡ଼ି କୁମାରଙ୍କ ପିଆଜ କାନଫୁଲ ଗିଫ୍ଟ

ସମୟ ଲାଇଭ୍‍,୧୩/୧୨: ଖିଲାଡ଼ି ଅକ୍ଷୟ କୁମାର ତାଙ୍କର ଅପକମିଂ ଫିଲ୍ମ ଗୁଡ଼୍‍ ନ୍ୟଜ୍ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରକୁ ନେଇ ଅକ୍ଷୟ ଯେତିକି ଚର୍ଚ୍ଚାରେ ଅଛନ୍ତି ପତ୍ନୀ ଟ୍ୱିଙ୍କଲ୍‍ ଖନ୍ନାଙ୍କୁ ଦେଇଥିବା ଏକ ଉପହାରକୁ ନେଇ ତାହାଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି। ଟ୍ୱିଙ୍କଲଙ୍କୁ ଏହି ଉ ପହାର ମଧ୍ୟ ଖୁବ୍‍ ପସନ୍ଦ ଆସୁଛି। ତେବେ ଅକ୍ଷୟଙ୍କ ଏହି ଉପହାରକୁ କେବଳ ଟ୍ୱିଙ୍କଲ ନୁହଁନ୍ତି ବରଂ ପୂରା ଦେଶ ମହଙ୍ଗା ଉପହାର ବୋଲି କହୁଛନ୍ତି। ଦେଶରେ ପିଆଜର […]

Samaya Live Picture
Published On

ସମୟ ଲାଇଭ୍‍,୧୩/୧୨: ଖିଲାଡ଼ି ଅକ୍ଷୟ କୁମାର ତାଙ୍କର ଅପକମିଂ ଫିଲ୍ମ ଗୁଡ଼୍‍ ନ୍ୟଜ୍ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରକୁ ନେଇ ଅକ୍ଷୟ ଯେତିକି ଚର୍ଚ୍ଚାରେ ଅଛନ୍ତି ପତ୍ନୀ ଟ୍ୱିଙ୍କଲ୍‍ ଖନ୍ନାଙ୍କୁ ଦେଇଥିବା ଏକ ଉପହାରକୁ ନେଇ ତାହାଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି। ଟ୍ୱିଙ୍କଲଙ୍କୁ ଏହି ଉ ପହାର ମଧ୍ୟ ଖୁବ୍‍ ପସନ୍ଦ ଆସୁଛି। ତେବେ ଅକ୍ଷୟଙ୍କ ଏହି ଉପହାରକୁ କେବଳ ଟ୍ୱିଙ୍କଲ ନୁହଁନ୍ତି ବରଂ ପୂରା ଦେଶ ମହଙ୍ଗା ଉପହାର ବୋଲି କହୁଛନ୍ତି।
ଦେଶରେ ପିଆଜର ଦର ଆକାଶ ଛୁଆଁ ହୋଇଥିବାବେଳେ ଅକ୍ଷୟ ଟ୍ୱିଙ୍କଲଙ୍କୁ ଏକ ପିଆଜର କାନଫୁଲ ଉପହାର ଦେଇଛନ୍ତି। ଏହି କାନଫୁଲର ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ ଲଗାଇ ଲେଖିଛନ୍ତି “ମୋ ପତି ଦ କପିଲ ଶର୍ମା ଶୋ’ରୁ ଫେରିଛନ୍ତି। ସେ କରୀନାଙ୍କୁ ଏହି ପିଆଜ କାନଫୁଲ ଗିଫ୍ଟ କରିଥିଲେ ଏହା ତାଙ୍କୁ ପସନ୍ଦ ନ ଆସିବାରୁ ସେ ମୋ ପାଇଁ ନେଇଆସିଛନ୍ତି। ବେଳେବେଳ ଏପରି ଛୋଟଛୋଟ କଥା ବଡ଼ ଖୁସି ଦେଇଥାଏ।”
ସୂଚନା ଥାଉ କି, ଅକ୍ଷୟଙ୍କ ଫିଲ୍ମ ‘ଗୁଡ଼ ନ୍ୟୁଜ୍‍’ ଡ଼ିସେମ୍ବର ୨୭ରେ ମୁକ୍ତିଲାଭ କରିବାକୁ ଯାଉଛି।

Tags: