ଗୋଟିଏ ଦେଶ, ଗୋଟିଏ ପରଦା

ଗୋଟିଏ ଦେଶ, ଗୋଟିଏ ପରଦା
Ipsita Picture
By: Ipsita
Published On

 

ତେବେ ଏହି ପରିବର୍ତ୍ତନ କେବଳ ଏକ ଟ୍ରେଣ୍ଡ୍ ନୁହେଁ, ବରଂ ଏହା ଏକ ପରିବର୍ତ୍ତନ ପାଲଟିଛି । ଆମେ ଏବେ ଆଉ 'ହିନ୍ଦୀ ସିନେମା' କିମ୍ବା 'ଦକ୍ଷିଣ ଭାରତୀୟ ସିନେମା' ଦେଖୁନାହୁଁ, ବରଂ ଆମେ ସମସ୍ତେ ଗର୍ବର ସହ 'ଭାରତୀୟ ସିନେମା' ଦେଖୁଛୁ । ୧୪୦ କୋଟି ଭାରତୀୟଙ୍କ ଭାବନାକୁ ଏକାଠି କରିବାରେ ସିନେମା ଏବେ ସବୁଠାରୁ ବଡ଼ ମାଧ୍ୟମ ସାଜିଛି । ଭାରତୀୟ ସିନେମାରୁ ଆଞ୍ଚଳିକ ତଥା ଭାଷା ଭିତ୍ତିକ ପାର୍ଥକ୍ୟ ଦୂର ହେବାରେ ଲାଗିଛି ।

ବଢୁଛି ସମନ୍ବୟ

ଭାରତୀୟ ସିନେମା ଜଗତରେ ବର୍ତ୍ତମାନ ବଲିଉଡ ଏବଂ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ମିଳିତ ସହଯୋଗରେ ଅନେକ ବଡ଼ ବଜେଟର ଚଳଚ୍ଚିତ୍ର ନିର୍ମାଣ ହେଉଛି । ଏହି ସମନ୍ୱୟ କେବଳ ବକ୍ସ ଅଫିସରେ ସଫଳତା ଆଣୁନାହିଁ, ବରଂ ଭାରତୀୟ ସିନେମାର ପରିଭାଷାକୁ ବଦଳାଇ ଦେଇଛି ।

 ବାହୁବଳୀ

ଏହି ଚଳଚ୍ଚିତ୍ରଟି ମୁଖ୍ୟତଃ ତେଲୁଗୁରେ ନିର୍ମିତ ହୋଇଥିଲା, କିନ୍ତୁ କରଣ ଜୋହରଙ୍କ 'ଧର୍ମା ପ୍ରଡକ୍ସନ୍ସ' ଏହାକୁ ହିନ୍ଦୀରେ ବିତରଣ କରିବା ପରେ ଏହା ଖୁବ ସଫଳତା ଲାଭ କରିଥିଲା । ଏସ.ଏସ. ରାଜାମୌଲିଙ୍କ ଏହି ମାଷ୍ଟରପିସ୍ ପ୍ରମାଣ କରିଥିଲା ଯେ ଯଦି ବିଷୟବସ୍ତୁ ଭଲ ହୁଏ, ତେବେ ଦକ୍ଷିଣର କାହାଣୀକୁ ସାରା ଭାରତ ଭଲପାଇବା ଦେବ । ଏହା ପରଠାରୁ 'ପ୍ୟାନ୍-ଇଣ୍ଡିଆ' ଶବ୍ଦଟି ଲୋକପ୍ରିୟ ହୋଇଥିଲାବୋଲି ଆଲୋଚନା ହୋଇଥାଏ ।

 ଜବାନ୍

 ଶାହରୁଖ ଖାନଙ୍କ ଏହି ବ୍ଲକବଷ୍ଟର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ପ୍ରସିଦ୍ଧ ତାମିଲ ନିର୍ଦ୍ଦେଶକ ଆଟ୍ଲି । ଏଥିରେ ନୟନତାରା ଏବଂ ବିଜୟ ସେଥୁପତିଙ୍କ ଭଳି ସାଉଥର ବଡ଼ କଳାକାରମାନେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ବଲିଉଡର ଗ୍ଲାମର ଏବଂ ଦକ୍ଷିଣ ଭାରତୀୟ ସିନେମାର ହାଇ-ଭୋଲଟେଜ୍ ଆକ୍ସନର ଏକ ଚମତ୍କାର ମିଶ୍ରଣ ଦେଖିବାକୁ ମିଳିଥିଲା, ଯାହା ବିଶ୍ୱସ୍ତରରେ ୧୦୦୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା ।

ଆର ଆର ଆର

ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ଜୁନିଅର ଏନ.ଟି.ଆର ଓ ରାମ ଚରଣଙ୍କ ସହ ବଲିଉଡର ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିଲେ । ଏହି ଚଳଚ୍ଚିତ୍ରର 'ନାଟୁ ନାଟୁ' ଗୀତ ଓସ୍କାର ଜିତିବା ସହିତ ଭାରତୀୟ ସିନେମାକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ଏହା ଦର୍ଶାଇଥିଲା ଯେ ବଲିଉଡ ଓ ସାଉଥ ଷ୍ଟାର ମିଶି କରୁଥିବା ଫିଲ୍ମକୁ ସାରା ଭାରତରେ ଅଦ୍ଭୁତପୂର୍ବ ସଫଳତା ମିଳିବ ।

 

SVC63

ଆଗାମୀ ମେଗା କୋଲାବୋରେସନ୍ ଭାବେ ଦର୍ଶକ ସଲମାନ ଖାନ ଓ ନୟନତାରାଙ୍କ ଫିଲ୍ମ SVC63କୁ ଦେଖିବେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ବାମଶୀ ପୈଡିପଲ୍ଲୀ ଏବଂ ପ୍ରଯୋଜନା କରୁଛନ୍ତି ଦିଲ୍ ରାଜୁ । ଏହା ୨୦୨୬ ର ସବୁଠାରୁ ଚର୍ଚ୍ଚିତ ପ୍ରୋଜେକ୍ଟପାଲଟିଛି । ସଲମାନଙ୍କ ସ୍ୱାଗ୍ସହିତ ଦକ୍ଷିଣ ଭାରତୀୟ ନିର୍ମାତାଙ୍କ ଭାବପ୍ରବଣ କାହାଣୀର ସମାହାରକୁ ଦେଖିବାକୁ ଦର୍ଶକ ଅପେକ୍ଷା କରିଛନ୍ତି ।

 ଆନିମଲ୍

ବଲିଉଡର ରଣବୀର କପୁର ଏବଂ ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀଙ୍କ ମିଳିତ ସହଯୋଗରେ ଏହି ଚଳଚ୍ଚିତ୍ର ନିର୍ମିତ ହୋଇଥିଲା । ଏଥିରେ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ଥିଲେ । ଏହି ଚଳଚ୍ଚିତ୍ରଟି ସିନେମାଟିକ ଷ୍ଟାଇଲ୍ ଏବଂ କାହାଣୀ ଶୈଳୀରେ ଏକ ନୂଆ ପରୀକ୍ଷା କରିଥିଲା, ଯାହା ଦର୍ଶକଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ହୋଇଥିଲା ।

Tags: