କରୀନାଙ୍କୁ ନୋଟିସ

କରୀନାଙ୍କୁ ନୋଟିସ
Ipsita Picture
By: Ipsita
Published On

 

କରୀନା କପୁରଙ୍କର ଏକ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି, ଯାହାପରେ ମାମଲା ଯାଇ କୋର୍ଟରେ ପହଞ୍ଚିଛି । ଯେଉଁଥିପାଇଁ କଂଗ୍ରେସ ନେତା ଅବ୍ବାସ ହାଫିଜ୍ ଭୋପାଳ କୋର୍ଟ ମାଧ୍ୟମରେ କରୀନାଙ୍କୁ ଏକ ଆଇନଗତ ନୋଟିସ୍ ପଠାଇଛନ୍ତି । ଦୈନିକ ଭାଷ୍କର ସହ ଆଲୋଚନା କରି ଅବ୍ବାସ ହାଫିଜ୍ କହିଛନ୍ତି ଯେ କରୀନାଙ୍କ ପୋଷ୍ଟରେ ସେ ପିନ୍ଧିଥିବା ଗହଣା ମଧ୍ୟରେ ଏକ ପେଣ୍ଡାଣ୍ଟ ଏବଂ ପଗଡ଼ି ଅଳଙ୍କାର ରହିଛି, ଯାହା ଭୋପାଳର ପୂର୍ବତନ ରାଜପରିବାରର ଐତିହ୍ୟର ଅଂଶ ଅଟେ । ସେ କହିଛନ୍ତି ଯେ ପଗଡ଼ି ଅଳଙ୍କାର କିମ୍ବା ପୋଷାକ ପିନ୍ଧିବା ପ୍ରତି ତାଙ୍କର କୌଣସି ଆପତ୍ତି ନାହିଁ, କିନ୍ତୁ ସେ ପିନ୍ଧିଥିବା ପେଣ୍ଡାଣ୍ଟଟି ପ୍ରାୟ ୪୦୦ ବର୍ଷ ପୁରୁଣା । ଏଥିରେ କୋରାନର ଧର୍ମୀୟ ବାର୍ତ୍ତା ଖୋଦିତ ହୋଇଛି, ଯାହାକୁ ବେଗମ ଶାହା ଜାହାଁ ଏବଂ ସୁଲତାନ ଜାହାଁ ବେଗମ ନିଜର ଧର୍ମ ଏବଂ ଉପାସନା ପାଇଁ ତିଆରି କରାଇଥିଲେ । ଏହାକୁ ଫ୍ୟାଶନ ଆସେସରି କିମ୍ବା ପ୍ରଦର୍ଶନ ପାଇଁ ତିଆରି କରାଯାଇ ନଥିଲା। ମୁସଲମାନ ସମ୍ପ୍ରଦାୟରେ କୋରାନର ଧର୍ମୀୟ ବାର୍ତ୍ତାଗୁଡ଼ିକୁ ଅତ୍ୟନ୍ତ ସମ୍ମାନ କରାଯାଏ । ତେଣୁ ସେ କରୀନାଙ୍କୁ ଏହି ବିବାଦୀୟ ପୋଷ୍ଟ ହଟାଇବା, କ୍ଷମା ମାଗିବା ଏବଂ ଭବିଷ୍ୟତରେ ଏପରି ଭୁଲ ନହେବାକୁ ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି । ଯଦି ସେ ପୋଷ୍ଟ ନ ହଟାନ୍ତି କିମ୍ବା କ୍ଷମା ନ ମାଗନ୍ତି, ତେବେ ସେ ଆଇନଜୀବୀଙ୍କ ସହ ପରାମର୍ଶ କରି ଆଗାମୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Tags: