ନୋରାଙ୍କ ସଫଳତା

ନୋରାଙ୍କ ସଫଳତା
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ପତ୍ନୀଙ୍କ ସହ ମହାପ୍ରଭୁଙ୍କୁ ଦର୍ଶନ କଲେ ସାଉଥ ଷ୍ଟାର ନାଗା ଚୈତନ୍ୟ

ବଲିଉଡରେ ଡ୍ୟାନ୍ସ କୁଇନ ଭାବେ ବର୍ତ୍ତମାନ ନୋରା ଫତେହି ଖୁବ ଚର୍ଚ୍ଚାରେ ରହୁଛନ୍ତି । ଫିଫା ଏବଂ ଟି-୨୦ ବିଶ୍ୱକପ୍ମଞ୍ଚରେ ପ୍ରଦର୍ଶନ କରିବାରେ ସେ ପ୍ରଥମ ଭାରତୀୟ କଳାକାର ଭାବେ ଏହି ସୁନାମ ଅର୍ଜନ କରିଛନ୍ତି ।  ୨୦୨୨ ଫିଫା ବିଶ୍ୱକପ୍କତାରର ସମାପନୀ ସମାରୋହରେ ଅଫିସିଆଲ୍ ଆନ୍ଥେମ୍ ୱାଇଟ ଦି ସ୍କାଏମାଧ୍ୟମରେ ବିଶ୍ୱବାସୀଙ୍କୁ ମନ୍ତ୍ରମୁଗ୍ଧ କରିବା ପରେ, ସେ ଏବେ ୨୦୨୬ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ର ଉଦଘାଟନୀ ଉତ୍ସବରେ ନିଜର ଚମତ୍କାର ପ୍ରଦର୍ଶନ କରି ଇତିହାସ ରଚିଛନ୍ତି। ଏହି ଦୁଇଟି ପ୍ରମୁଖ ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭରେ ଅଂଶଗ୍ରହଣ କରିବା ପରେ ନୋରା ନିଜର ନୃତ୍ୟ ଓ ଶକ୍ତିଶାଳୀ ପ୍ରଦର୍ଶନ ଜରିଆରେ ଭାରତୀୟ ମନୋରଞ୍ଜନକୁ ଏକ ନୂତନ ପରିଚୟ ଦେଇଛନ୍ତି। ବିଶେଷଜ୍ଞଙ୍କ ମତରେ, ଖେଳ ଏବଂ ମନୋରଞ୍ଜନର ଏହି ମିଶ୍ରଣ କେବଳ ଗ୍ଲୋବାଲ୍ ଅପିଲ୍ବଢ଼ାଉନାହିଁ, ବରଂ ନୋରାଙ୍କ ଏହି ଅନନ୍ୟ ଉପଲବ୍ଧି ଦର୍ଶାଉଛି ଯେ ଭାରତୀୟ କଳାକାରମାନେ ଏବେ ବିଶ୍ୱ ମଞ୍ଚରେ ପ୍ରମୁଖ ସ୍ଥାନ ଅଧିକାର କରିବାରେ ସଫଳ ହେଉଛନ୍ତି ।

ସମ୍ବନ୍ଧିତ ଖବର ବି ଟାଉନରୁ ଜେଲ

Tags: