ରିମେକ୍କୁ ନା
ନିକଟରେ କାର୍ତ୍ତିକ ଆରିୟନଙ୍କୁ ସତ୍ୟପ୍ରେମ କି କଥାରେ ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ସେ ସେହଜାଦା ଫିଲ୍ମରେ କ୍ରିତି ସନନଙ୍କ ସହିତ ସ୍କ୍ରିନ ସେୟାର କରିଥିଲେ । ହେଲେ ଏହି ଫିଲ୍ମ ପରେ କାର୍ତ୍ତିକ ଏକ ନିଷ୍ପତ୍ତି ନେଇଛନ୍ତି ଆଗକୁ ସେ ଆଉ ରିମେକ୍ ଫିଲ୍ମରେ ଅଭିନୟ କରିବେ ନାହିଁ । ଏହା ପଛର କାରଣ ହେଲା ସେହଜାଦା ଫିଲ୍ମ ବକ୍ସ ଅଫିସ୍ରେ ସେଭଳି କିଛି କଲେକସନ୍ କରିନଥିଲା । ଏହା ଦର୍ଶକଙ୍କୁ ମଧ୍ୟ ପସନ୍ଦ […]
ନିକଟରେ କାର୍ତ୍ତିକ ଆରିୟନଙ୍କୁ ସତ୍ୟପ୍ରେମ କି କଥାରେ ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ସେ ସେହଜାଦା ଫିଲ୍ମରେ କ୍ରିତି ସନନଙ୍କ ସହିତ ସ୍କ୍ରିନ ସେୟାର କରିଥିଲେ । ହେଲେ ଏହି ଫିଲ୍ମ ପରେ କାର୍ତ୍ତିକ ଏକ ନିଷ୍ପତ୍ତି ନେଇଛନ୍ତି ଆଗକୁ ସେ ଆଉ ରିମେକ୍ ଫିଲ୍ମରେ ଅଭିନୟ କରିବେ ନାହିଁ । ଏହା ପଛର କାରଣ ହେଲା ସେହଜାଦା ଫିଲ୍ମ ବକ୍ସ ଅଫିସ୍ରେ ସେଭଳି କିଛି କଲେକସନ୍ କରିନଥିଲା । ଏହା ଦର୍ଶକଙ୍କୁ ମଧ୍ୟ ପସନ୍ଦ ଆସିନଥିଲା । ଏହି ଫିଲ୍ମଟି ତେଲୁଗୁ ଫିଲ୍ମ ‘ଅଲ୍ଲା ବୈକୁଣ୍ଠପୁରାମୁଲୋ’ର ରିମେକ୍ ଥିଲା । ତେଣୁ ଏହି ଫିଲ୍ମର ରିମେକ୍ ହୋଇଥିବାରୁ ଦର୍ଶକଙ୍କୁ ସେତେଟା ପସନ୍ଦ ଆସିନଥିବା କାର୍ତ୍ତିକ ମତ ଦେଇଛନ୍ତି । ତେଣୁ ସେ ଆଗକୁ ଆଉ ରିମେକ୍ ଫିଲ୍ମରେ ଅଭିନୟ କରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି । ଏକ ସାକ୍ଷାତକାରରେ କାର୍ତ୍ତିକ ଏ ବିଷୟରେ ପ୍ରକାଶ କରିଛନ୍ତି । ପ୍ରଥମ ଥର ପାଇଁ ରିମେକ୍ ଫିଲ୍ମ କରି ସେଥିରେ ବିଫଳ ହୋଇଥିବାରୁ କାର୍ତ୍ତିକ ଏଭଳି ନିଷ୍ପତ୍ତି ନେଇଛନ୍ତି । ମୋ ପାଖକୁ ବର୍ତ୍ତମାନ ଅନେକ ରିମେକ୍ ଫିଲ୍ମର ଅଫର ଆସୁଛି, ହେଲେ ସେଗୁଡିକୁ ମୁଁ ରିଜେକଫ କରୁଛି କାରଣ ଆଉ ରିସ୍କ ନେବାକୁ ଚାହୁଁନି ବୋଲି କାର୍ତ୍ତିକ କହିଛନ୍ତି ।




