ଗ୍ଲାମରକୁ ନା
ନିର୍ଦ୍ଦେଶିକା ସୋନାଲୀ ରତନ ଦେଶମୁଖଙ୍କ ନିର୍ଦ୍ଦେଶିତ ଅଭିନେତ୍ରୀ ବାଣୀ କପୁରଙ୍କ ଆଗାମୀ ଫିଲ୍ମ ‘ସର୍ବଗୁଣ ସମ୍ପନ୍ନ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି । ଏହି ଫିଲ୍ମର କାହାଣୀ ଏବଂ ବାଣୀଙ୍କର ଭୂମିକା ନେଇ ସୋନାଲୀ କହିଛନ୍ତି ଯେ, କୌଣସି ବଡ଼ ଷ୍ଟାରଙ୍କୁ ଆଖି ଆଗରେ ନରଖି କେବଳ ଗୋଟିଏ ୱାନ-ଲାଇନର ଆଇଡିଆରୁ ଏହି କାହାଣୀର ଜନ୍ମ ହୋଇଥିଲା। ଏକ ଭିନ୍ନ ସ୍ୱାଦର ସ୍କ୍ରିପ୍ଟ ପ୍ରସ୍ତୁତ କରାଯାଇଥିଲା, ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ସେମାନେ ଆଶା ରଖିଥିଲେ । ଏହି ଫିଲ୍ମଟି ଜଣେ ଛୋଟ ସହରର ଝିଅର ଜୀବନରେ ଆସୁଥିବା ପରିବର୍ତ୍ତନ, ପାରିବାରିକ ସମ୍ପର୍କକୁ ନେଇ ଗତିଶୀଳ। ନିଜର ଗ୍ଲାମରସ ଇମେଜରୁ ବାହାରି ଏକ ସାଧାରଣ ଝିଅ ଚରିତ୍ରକୁ ଜୀବନ୍ତ କରିବା ପାଇଁ ବାଣୀ ପ୍ରାୟ ତିନି ମାସ ଧରି ୱାର୍କସପ୍, ସ୍କ୍ରିପ୍ଟ ରାଇଟିଂ, ଭାଷା ଓ ଶରୀର ଭାଷା ଉପରେ କଠିନ ପରିଶ୍ରମ କରିଛନ୍ତି। ସେହିଭଳି ଋଷିକେଶର ଆଧ୍ୟାତ୍ମିକ ଓ ସାମାଜିକ ପରିବେଶ ଏହି କାହାଣୀକୁ ଆହୁରି ସୁନ୍ଦର କରିଛି ବୋଲି ସୋନାଲୀ ମତ ଦେଇଛନ୍ତି । ଫିଲ୍ମଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ମେକର୍ସ ଆଶା ରଖିଛନ୍ତି ।




