ଗୁଜବ ପାଇଁ ଫରକ ପଡେନି

ଆକ୍ଟ୍ରେସ ଅଙ୍କିତା ଲୋଖଣ୍ଡେ ବର୍ତ୍ତମାନ ଗର୍ଭବତୀ ଅଛନ୍ତି ବୋଲି ବି ଟାଉନ୍‌ରେ ଜୋର୍‌ଦାର୍‌ ଚର୍ଚ୍ଚା ହେଉଛି । ନିକଟରେ ତାଙ୍କ ସ୍ୱାମୀଙ୍କ ସହିତ ତାଙ୍କର ଏକ ଫଟୋ ଭାଇରାଲ୍‌ ହୋଇଥିଲା, ଯେଉଁଥିରେ ସେ ତାଙ୍କ ବେବି ବମ୍ପ୍‌ ଦେଖାଉଥିବା ନେଇ ଶୁଣିବାକୁ ମିଳୁଥିଲା । ମାତ୍ର ବର୍ତ୍ତମାନ ଏହି ଖବରକୁ ଅଙ୍କିତା ଖଣ୍ଡନ କରିଛନ୍ତି । ଏହା ସମ୍ପୂର୍ଣ୍ଣ ରୂପେ ମିଛ ଏବଂ ଗୁଜବ ବୋଲି ସେ କହିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ […]

Samaya Live Picture
Published On

ଆକ୍ଟ୍ରେସ ଅଙ୍କିତା ଲୋଖଣ୍ଡେ ବର୍ତ୍ତମାନ ଗର୍ଭବତୀ ଅଛନ୍ତି ବୋଲି ବି ଟାଉନ୍‌ରେ ଜୋର୍‌ଦାର୍‌ ଚର୍ଚ୍ଚା ହେଉଛି । ନିକଟରେ ତାଙ୍କ ସ୍ୱାମୀଙ୍କ ସହିତ ତାଙ୍କର ଏକ ଫଟୋ ଭାଇରାଲ୍‌ ହୋଇଥିଲା, ଯେଉଁଥିରେ ସେ ତାଙ୍କ ବେବି ବମ୍ପ୍‌ ଦେଖାଉଥିବା ନେଇ ଶୁଣିବାକୁ ମିଳୁଥିଲା । ମାତ୍ର ବର୍ତ୍ତମାନ ଏହି ଖବରକୁ ଅଙ୍କିତା ଖଣ୍ଡନ କରିଛନ୍ତି । ଏହା ସମ୍ପୂର୍ଣ୍ଣ ରୂପେ ମିଛ ଏବଂ ଗୁଜବ ବୋଲି ସେ କହିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଅଭିନେତ୍ରୀମାନଙ୍କ ଜୀବନରେ ଏମିତି ସମୟ ଅନେକ ଥର ଆସେ ଯେଉଁଠି ତାଙ୍କ ବ୍ୟକ୍ତିଗତ ଜୀବନୀକୁ ନେଇ ଏଭଳି ଗୁଜବ ପ୍ରଚାର କରାଯାଇଥାଏ । ପ୍ରତ୍ୟେକଙ୍କ ସହିତ ଏମିତି ହିଁ ହୁଏ, ଯାହା ମୋ ସହିତ ହୋଇଛି । ପୂର୍ବରୁ ବି ଏମିତି ଅନେକ ଥର ମୋ ପ୍ରେଗ୍‌ନାନ୍ସିକୁ ନେଇ ଗୁଜବ ସାମନାକୁ ଆସିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଜଣେ ସିଙ୍ଗଲ ଥିବାବେଳେ ବି ବିବାହ କରିସାରିଥିବା ନେଇ ଗୁଜବ ହୋଇଥାଏ । ସେହିପରି ବିବାହ ପରେ ପିଲା ଏବଂ ଛାଡପତ୍ର ପର୍ଯ୍ୟନ୍ତ ବି କଥା ପହଞ୍ଚିଯାଏ । ତେଣୁ ମତେ ଲାଗେ ଯେ ମିଡିଆରେ ଏମିତି ହିଁ ଚାଲିଥାଏ । ହେଲେ ଏଭଳି ଗୁଜବ ମୋ ଜୀବନ ଉପରେ କୌଣସି ପ୍ରଭାବ ପକାଏ ନାହିଁ । ମୁଁ ଏହା ଉପରେ ଧ୍ୟାନ ମଧ୍ୟ ଦିଏନାହିଁ । ତେବେ ଏସବୁ ଦେଖିଲେ ମତେ ହସ ଲାଗେ । ଲାଗେ ଯେମିତି ଗୁଜବ ପ୍ରଚାରକଙ୍କ ପାଖରେ କିଛି କାମ ନାହିଁ । ତେଣୁ ଏମିତି ଗୁଜବ କରି ଟାଇମ୍‌ ପାସ୍‌ କରନ୍ତି ବୋଲି କହିଛନ୍ତି ଅଙ୍କିତା । ବେବି ପ୍ଲାନିଙ୍ଗ୍‌କୁ ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଭଗବାନ ଯେବେ ଚାହିଁବେ ଏହି ଖବର ସତ ହେବ । ହେଲେ ଏବେ ତାଙ୍କର ସେମିତି କିଛି ପ୍ଲାନିଙ୍ଗ୍‌ ନାହିଁ ବୋଲି ସେ କହିଛନ୍ତି ।

Tags: