ଆଉ ନାହାନ୍ତି ଅଭିନେତ୍ରୀ ନିମି

ସମୟ ଲାଇଭ:  ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ନିମିଙ୍କର ଦେହାନ୍ତ ହୋଇଛି। ଗତକାଲି ସନ୍ଧ୍ୟାରେ  ମୁମ୍ବାଇର ସରଳା ନର୍ସିଂହୋମରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ  ହୋଇଥିଲା। ପଚାଶ ଓ ଷାଠିଏ ଦଶକର ଏହି ଲୋକପ୍ରିୟ ନାୟିକାଙ୍କ ଜନ୍ମ ୧୯୩୩ ମସିହା ଫେବ୍ରୁଆରି ୧୮ ତାରଖରେ ଆଗ୍ରାଠାରେ ହୋଇଥିଲା। ରାଜ କପୁର ତାଙ୍କୁ ସ୍କ୍ରିନ୍ ନାମ ଦେଇଥିଲେ ନିମି |       ନିମି ପ୍ରଥମେ୧୯୪୯ମସିହାରେ ମୁକ୍ତିଲାଭ କରିଥିବା ‘ବରସାତ୍’ ଫିଲ୍ମରେ […]

Samaya Live Picture
Published On

ସମୟ ଲାଇଭ:  ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ନିମିଙ୍କର ଦେହାନ୍ତ ହୋଇଛି। ଗତକାଲି ସନ୍ଧ୍ୟାରେ  ମୁମ୍ବାଇର ସରଳା ନର୍ସିଂହୋମରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ  ହୋଇଥିଲା। ପଚାଶ ଓ ଷାଠିଏ ଦଶକର ଏହି ଲୋକପ୍ରିୟ ନାୟିକାଙ୍କ ଜନ୍ମ ୧୯୩୩ ମସିହା ଫେବ୍ରୁଆରି ୧୮ ତାରଖରେ ଆଗ୍ରାଠାରେ ହୋଇଥିଲା। ରାଜ କପୁର ତାଙ୍କୁ ସ୍କ୍ରିନ୍ ନାମ ଦେଇଥିଲେ ନିମି |

      ନିମି ପ୍ରଥମେ୧୯୪୯ମସିହାରେ ମୁକ୍ତିଲାଭ କରିଥିବା ‘ବରସାତ୍’ ଫିଲ୍ମରେ ଅଭିନୟ କରିଥିଲେ। ପରବର୍ତ୍ତୀ ସମୟରେ ନିମି ରାଜ କପୁର, ଦେବ ଆନନ୍ଦ ଏବଂ ଦିଲୀପ କୁମାରଙ୍କ ସହ କାମ କରିଥିଲେ। ୧୯୫୨ ମସିହାରେ ନିମି ଦିଲୀପ କୁମାର, ପ୍ରେମ ନାଥ ଏବଂ ନାଦିରାଙ୍କ ସହ ମେହବୁବ ଖାନଙ୍କ ବଡ ବଜେଟ ଫିଲ୍ମ ‘ଆନ୍’ ରେ ଅଭିନୟ କରିଥିଲେ। ତାଙ୍କର ଅନ୍ୟ ଲୋକପ୍ରିୟ ଚଳଚ୍ଚିତ୍ର ହେଲା ‘ସଜା’, ‘ଉଡ଼ନ ଖଟୋଲା’, ‘ଭାଇ-ଭାଇ’, ‘କୁନ୍ଦନ’, ‘ମେରେ ମେହବୁବ’, ‘ପୂଜାକେ ଫୁଲ’, ‘ଆକାଶଦୀପ’ ଆଦି ।ନିମି ଲେଖକ ଅଲି ରଜାଙ୍କୁ ବିବାହ କରିଥିଲେ, ଯିଏକି ୨୦୦୭ରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

ମହେଶ ଭଟ୍ଟ ନିଜ ଟ୍ୱିଟରେ ନିମିଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରି ଲେଖିଛନ୍ତି, “ତୁମେ ହୃଦୟର ଇଚ୍ଛାକୁ ଜିତି ପାରିବ। କିନ୍ତୁ ଶେଷରେ ତୁମେ ମୃତ୍ୟୁ ଦ୍ୱାରା ପ୍ରତାରିତ ହେବ। ବିଦାୟ ନିମି ଜି। “

ଋଷି କପୁର ମଧ୍ୟ ନିମିଙ୍କ ମୃତ୍ୟୁ ବିଷୟରେ ଟ୍ୱିଟ କରି କହିଛନ୍ତି,  ଧନ୍ୟବାଦ ନିମି ଆଣ୍ଟି, ବବିକୁ ଏହାର ପ୍ରିମିୟର୍ ରିଲିଜ୍ ପରେ ଆଶୀର୍ବାଦ ଦେଇଥିବାରୁ। ଆପଣ ଆର.କେ. ପରିବାରର ଅଂଶ ଥିଲେ। ‘ବରସାତ’ ତୁମର ପ୍ରଥମ ଚଳଚ୍ଚିତ୍ର ଥିଲା। ଆଲ୍ଲା ତୁମକୁ ଜନ୍ନତରେ ରଖନ୍ତୁ।

Tags: