ଡରିଯାଇଥିଲେ ନିଧି

ଡରିଯାଇଥିଲେ ନିଧି
Ipsita Picture
By: Ipsita
Published On

 

ନିକଟରେ ଅଭିନେତ୍ରୀ ନିଧି ଅଗ୍ରୱାଲଙ୍କୁ ଫିଲ୍ମ ରାଜା ସାହବର ଗୀତ ଲଞ୍ଜ ଇଭେଣ୍ଟରେ ଦେଖିବାକୁ ମିଳିଥିଲା । ଏହି ଇଭେଣ୍ଟର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ନିଧି ଖୁବ ଡରିଯାଇଥିବା ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ଏହି ଇଭେଣ୍ଟରେ ଅନେକ ଫ୍ୟାନମାନେ ଭାଗନେଇଥିଲେ । ହେଲେ ନିଧିଙ୍କୁ ଦେଖିବାକୁ ଏକାଥରେ ଅନେକଲୋକ ତାଙ୍କ ଘେରି ଯାଇଥିଲ, ଯାହା ଅଭିନେତ୍ରୀଙ୍କୁ ଅସହଜ କରିଦେଇଥିଲା । ସେ ଭିଡ ଦେଖି ଖୁବ ଡରି ଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି । ସେହିଭଳି ସୋସିଆଲ ମିଡିଆରେ ମଧ୍ୟ ଅନେକ ୟୁଜର୍ସ ନିଧିଙ୍କ ସମର୍ଥନରେ ବାହାରିଥିବା ଦେଖିବାକୁ ମିଳୁଛି । ଆୟୋଜକଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ କିଛି ଲୋକ ପ୍ରଶ୍ନ ଉଠାଇଛନ୍ତି ।

Tags: