ନିଧିଙ୍କ ଉତ୍ତର

ନିଧିଙ୍କ ଉତ୍ତର
Ipsita Picture
By: Ipsita
Published On

 

ବିଗବସ ଜିତିବା ପରେ ଗୌରବ ଖାନା ଖୁବ ଚର୍ଚ୍ଚାରେ ଅଛନ୍ତି । ତେବେ ତାଙ୍କର ସହିତ ଆଉଜଣେ ଅଭିନେତ୍ରୀ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି । ସେ ହେଉଛନ୍ତି ଧାରାବାହିକ ଅନୁପମାରେ ଗୌରବଙ୍କ ସହିତ କୋଷ୍ଟାର ଥିବା ନିଧି ଶାହ । ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଥିବା ନେଇ ସୋସିଆଲ ମିଡିଆରେ ଆଲୋଚନା ହେଉଛି । ଜଣେ ୟୁଜର୍ସ ଏନେଇ ଦାବି କରିବା ପରେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ନିଧି । ସେ ୟୁଜର୍ସଙ୍କୁ ଜବାବ ଦେଇ, ତୁମେ ସବୁ ଜାଣିଛ ବୋଲି କମେଣ୍ଟର ରିପ୍ଲାଏ ଦେଇଛନ୍ତି । ଯାହାପରେ ଏହା ଆଲୋଚନାର ବିଷୟ ପାଲଟିଛି । ସୂଚନା ଅନୁସାରେ ଉଭୟ ଗୋଟିଏ ଧାରାବାହିକରେ କାମ କରୁଥିଲେ ହେଲେ ବର୍ତ୍ତମାନ କେହି ବି ସେ ଶୋରେ କାମ କରୁନାହାନ୍ତି, ଉଭୟ ଶୋକୁ ଅଲବିଦା କହି ସାରିଛନ୍ତି । ବର୍ତ୍ତମାନ ଗୌରବ ବିଗବସ ବିଜେତା ହୋଇଥିବାବେଳେ ପୂର୍ବରୁ ସେଲିବ୍ରିଟି ମାଷ୍ଟରସେଫ ମଧ୍ୟ ଜିତିଥିଲେ ।

Tags: