ବିବାଦରେ ନୂଆ ମୋଡ

ବିବାଦରେ ନୂଆ ମୋଡ
Ipsita Picture
By: Ipsita
Published On

 

ହରିୟାଣାର ପ୍ରସିଦ୍ଧ  ଡ୍ୟାନ୍ସର ତଥା ସିଙ୍ଗର ସପ୍ନା ଚୌଧୁରୀ ଏବଂ ତାଙ୍କ ସ୍ୱାମୀ ବୀର ସାହୁଙ୍କ ମଧ୍ୟରେ ଚାଲିଥିବା ବିବାଦ ଭିତରେ ଏବେ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି । ସପ୍ନାଙ୍କ ସହ ଅନେକ ପ୍ରୋଜେକ୍ଟରେ କାମ କରିଥିବା ଜଣେ ଗାୟକ ନିଜ ନାମ ଗୋପନ ରଖି କିଛିବଡ ସୂଚନା ଦେଇଛନ୍ତି । ସେ ଦାବି କରିଛନ୍ତି ଯେ ବିବାହ ପରେ ବୀର, ସପ୍ନାଙ୍କ ଉପରେ ହରିୟାଣାର ପ୍ରାୟ ୮-୯ ଜଣ ପ୍ରତିଷ୍ଠିତ କଳାକାରଙ୍କ ସହ କାମ ନ କରିବାକୁ କଟକଣା ଲଗାଇଥିଲେ । ତେବେ ସପ୍ନା ଏହି କଟକଣାକୁ ଆଦୌ ପସନ୍ଦ କରୁନଥିଲେ ମଧ୍ୟ ପାରିବାରିକ ଶାନ୍ତି ପାଇଁ ଦୂରତା ବଜାୟ ରଖିଥିଲେ ।  ତେବେ ସ୍ବପ୍ନା ଓ ତାଙ୍କ ସ୍ବାମୀଙ୍କର ଏହି ତିକ୍ତତା ମଧ୍ୟରେ ଉଭୟଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏବେ ଏକ ଯୁଦ୍ଧକ୍ଷେତ୍ର ପାଲଟିଛି । ଉଭୟ ଉଭୟଙ୍କୁ ପୋଷ୍ଟ ଜରିଆରେ ଭୁଲ ଦେଉଥିବାର ଦେଖିବାକୁ ମିଳୁଛି । ଉଭୟଙ୍କ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Tags: