ନୂଆ ଯୋଡି

ନୂଆ ଯୋଡି
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ମୌନୀଙ୍କ କ୍ଷୋଭ

ଖୁବଶୀଘ୍ର ବଲିଉଡର ଦୁଇଦୁଇଜଣ ଆକସନ୍ ଷ୍ଟାରଙ୍କୁ ଏକାଠି ଗୋଟିଏ ପରଦାରେ ଦେଖିବାକୁ ମିଳିବ । ସୂଚନା ଅନୁସାରେ ଖୁବଶୀଘ୍ର ବିଦ୍ୟୁତ ଜମାଲ ଓ ଟାଇଗର ସ୍ରଫଙ୍କୁ ଦର୍ଶକ ଗୋଟିଏ ଫିଲ୍ମରେ ଦେଖିବେ । ଉଭୟଙ୍କୁ ପ୍ରଥମଥର ପାଇଁ ପରଦାରେ ଦେଖିବାକୁ ଫ୍ୟାନମାନେ ବେଶ ଉତ୍ସୁକ ଅଛନ୍ତି । ଏହି ଫିଲ୍ମ ଜରିଆରେ ମେକର୍ସ ଦର୍ଶକଙ୍କୁ ଏକ ନିଆରା ଅନୁଭୂତି ଦେବାକୁ ଚେଷ୍ଟା କରିଛନ୍ତି । ଦୁଇଦୁଇ ଜଣ ଆକସନ୍ ଷ୍ଟାର ଏକାଠି ଗୋଟିଏ ଫିଲ୍ମରେ ଅଭିନୟ କରୁଥିବାର ଫିଲ୍ମଟି ବ୍ଲକବଷ୍ଟର ହେବା ନେଇ ସମସ୍ତେ ଆଶା ରଖିଛନ୍ତି। ବିଦ୍ୟୁତ ଜମାଲଙ୍କୁ ଅନେକ ବଡବଡ ଫିଲ୍ମରେ ଆକସନ କରୁଥିବାର ଦେଖିବାକୁ ମିଳେ, ଦର୍ଶକ ତାଙ୍କ ଫିଟନେସର ଖୁବ ବଡ ଫ୍ୟାନ । ସେହିଭଳି ଟାଇଗରଙ୍କ ଆକସନ୍ ଓ ଡ୍ୟାନ୍ସ ସମସ୍ତଙ୍କୁ ଦିବାନା କରିଥାଏ । ତେଣୁ ଏହି ନୂଆ ଯୋଡି ପରଦାରେ ଖୁବ କମାଲ କରିବ ବୋଲି ପୂରା ୟୁନିଟ ଆଶା ରଖିଛି । ଫିଲ୍ମର କାହାଣୀ ପ୍ରେମ ସହିତ ଆକସନ ରହିବ ବୋଲି ଜଣା ପଡିଛି ।

ସମ୍ବନ୍ଧିତ ଖବର ଲକି ଚାମ ଦୀପିକା

Tags: