୧୦ ବର୍ଷ ପରେ ଘରେ ନୂଆ ଅତିଥି

୧୦ ବର୍ଷ ପରେ ଘରେ ନୂଆ ଅତିଥି
Ipsita Picture
By: Ipsita
Published On

 

ଟେଲିଭିଜନ ଦୁନିଆର ପରିଚିତ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କ ଘରକୁ ୧୦ ବର୍ଷ ପରେ ନୂଆ ଅତିଥି ଆସିବାକୁ ଯାଉଛନ୍ତି । ନିକଟରେ ଦିବ୍ୟାଙ୍କା ନିଜର ପ୍ରେଗ୍ନେନ୍ସି ଖବର ସ୍ପଷ୍ଟ କରିବା ସହ ଇନଷ୍ଟାଗ୍ରାମରେ ନିଜର ବେବି ବମ୍ପ୍ର ଫଟୋ ସେୟାର କରିଛନ୍ତି । ତେବେ ଏହି ପୋଷ୍ଟରେ ଦିବ୍ୟାଙ୍କ ନିଜର ମନର ଭାବକୁ ଖୁବ ସୁନ୍ଦର ଭାବେ ଉପସ୍ଥାପନ କରିଥିବା ଦେଖିବାକୁ ମିଳୁଛି ।  ୧୦ ବର୍ଷ ପରେ କାହାଣୀରେ ଏକ ନୂଆ ମୋଡ଼ ଆସିଛି, ଜୀବନରେ ଆଜି ସବୁଠାରୁ ସୁନ୍ଦର ଅଧ୍ୟାୟ ଯୋଡ଼ି ଦେଇଛି ବୋଲି ଦିବ୍ୟାଙ୍କା ପୋଷ୍ଟରେ ଲେଖିଛନ୍ତି । ଏହି ଖୁସିକୁ ସେ ଖୁବ ଉପଭୋଗ କରୁଛନ୍ତି ଏବଂ ଆଗକୁ ତାଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି ବୋଲି ଦିବ୍ୟାଙ୍କା କହିଛନ୍ତି । ସୂଚନା ଅନୁସାରେ ୨୦୧୫ରେ 'ୟେ ହେ ମହବତେଁ' ସିରିଏଲ୍ ସେଟ୍ରୁ ଦିବ୍ୟାଙ୍କା ଏବଂ ବିବେକଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ଏହାପରେ ୮ ଜୁଲାଇ ୨୦୧୬ରେ ସେମାନେ ଭୋପାଳରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଏହି ଖୁସିଖବର ପରେ ସମ୍ପୂର୍ଣ୍ଣ ଟେଲିଭିଜନ ଜଗତ ଏବଂ ପ୍ରଶଂସକମାନେ ଏହି ଦମ୍ପତିଙ୍କୁ ଶୁଭେଚ୍ଛା ଦେବାରେ ଲାଗିଛନ୍ତି । ସମସ୍ତେ ଦିବ୍ୟାଙ୍କାଙ୍କ ପାଇଁ ଖୁବ ଖୁସି ଅଛନ୍ତି ।

Tags: