ନକୁଲ ମେହତାଙ୍କ ବିଗିଡିଲା ସ୍ୱାସ୍ଥ୍ୟାବସ୍ତା
ମୁମ୍ବାଇ: ଜୁନ ୦୨: ଟିଭି ସିରିଏଲ୍ ବଡେ ଅଛେ ଲାଗତେ ହେଁ- ୨’ ଶୋରେ ରାମ କପୁରଙ୍କ ଭୂମିକାରେ ଅଭିନୟ କରିଥିବା ନକୁଲ ମେହେତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଅନୁଯାୟୀ କୁହାଯାଇଛି କି ନକୁଲ ମେହେତାଙ୍କ ଦେହ ହଠାତ ଖରାପ ହୋଇଯାଇଥିଲା । ଏହି କାରଣରୁ ଅଭିନେତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କହିବାକୁ ଗଲେ ନିକଟରେ ତାଙ୍କର ଏକ ଛୋଟ ଅସ୍ତ୍ରୋପଚାର କରାଯାଇଛି । ଏଥିପାଇଁ ସେ ବର୍ତ୍ତମାନ କିଛି ଦିନ ପାଇଁ […]
ମୁମ୍ବାଇ: ଜୁନ ୦୨: ଟିଭି ସିରିଏଲ୍ ବଡେ ଅଛେ ଲାଗତେ ହେଁ- ୨’ ଶୋରେ ରାମ କପୁରଙ୍କ ଭୂମିକାରେ ଅଭିନୟ କରିଥିବା ନକୁଲ ମେହେତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଅନୁଯାୟୀ କୁହାଯାଇଛି କି ନକୁଲ ମେହେତାଙ୍କ ଦେହ ହଠାତ ଖରାପ ହୋଇଯାଇଥିଲା । ଏହି କାରଣରୁ ଅଭିନେତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କହିବାକୁ ଗଲେ ନିକଟରେ ତାଙ୍କର ଏକ ଛୋଟ ଅସ୍ତ୍ରୋପଚାର କରାଯାଇଛି । ଏଥିପାଇଁ ସେ ବର୍ତ୍ତମାନ କିଛି ଦିନ ପାଇଁ ଶୋରୁ ବିରତି ନେଇଛନ୍ତି । ଅସ୍ତ୍ରୋପଚାର ପରେ ବର୍ତ୍ତମାନ ସମ୍ପୂର୍ଣ୍ଣ ବିଶ୍ରାମ ନେଉଛନ୍ତି । ଶୋକୁ କେବେ ଫେରିବେ ସେ ନେଇ କୌଣସି ସୂଚନା ମିଳି ନାହିଁ । ଅଭିନେତାଙ୍କ ସ୍ୱାସ୍ଥ୍ୟ ସୁସ୍ଥ ହେବା ପାଇଁ ପ୍ରଶଂସକମାନେ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି । ନକୁଲ ମେହେତାଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ବର୍ତ୍ତମାନ ବଡେ ଅଛେ ଲଗତେ ହେଁରେ ଦେଖିବାକୁ ମିଳୁଛି । ଏହି ସିରିଏଲରେ ସେ ଦିଶା ପରମାରଙ୍କ ବିପକ୍ଷରେ ଅଛନ୍ତି ।




