ରୋମାନ୍ସ କରିବେ ନାଗା ଚୈତନ୍ୟ

ସାମାନ୍ଥାଙ୍କ ସହ ରିଲେସନ୍‌ସିପକୁ ନେଇ ନାଗା ଚୈତନ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ହେଲେ ବର୍ତ୍ତମାନ ନିଜର ଅପକମିଂ ପ୍ରୋଜେକcକୁ ନେଇ ନାଗା ଚୈତନ୍ୟ ଚର୍ଚ୍ଚାରେ ଅଛନ୍ତି । ଏଥିରେ ତାଙ୍କୁ କ୍ରିଥି ସୁରେଶଙ୍କ ସହିତ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଚାନ୍ଦୋ ମୋନ୍ଦେତି । ଏହା ପୂର୍ବରୁ ନାଗା ଚୈତନ୍ୟ ଏହି ନିର୍ଦ୍ଦେଶକଙ୍କ ସହ ଦୁଇଥର କାମ କରିସାରିଛନ୍ତି । ବର୍ତ୍ତମାନ ପୁଣି ଥରେ ଏହି ଯୋଡି […]

Samaya Live Picture
Published On

ସାମାନ୍ଥାଙ୍କ ସହ ରିଲେସନ୍‌ସିପକୁ ନେଇ ନାଗା ଚୈତନ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ହେଲେ ବର୍ତ୍ତମାନ ନିଜର ଅପକମିଂ ପ୍ରୋଜେକcକୁ ନେଇ ନାଗା ଚୈତନ୍ୟ ଚର୍ଚ୍ଚାରେ ଅଛନ୍ତି । ଏଥିରେ ତାଙ୍କୁ କ୍ରିଥି ସୁରେଶଙ୍କ ସହିତ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଚାନ୍ଦୋ ମୋନ୍ଦେତି । ଏହା ପୂର୍ବରୁ ନାଗା ଚୈତନ୍ୟ ଏହି ନିର୍ଦ୍ଦେଶକଙ୍କ ସହ ଦୁଇଥର କାମ କରିସାରିଛନ୍ତି । ବର୍ତ୍ତମାନ ପୁଣି ଥରେ ଏହି ଯୋଡି ବକ୍ସ ଅଫିସରେ ଧମାଲ କରିବାକୁ ଯାଉଛନ୍ତି । ସେହିଭଳି ଫିଲ୍ମରେ କ୍ରିଥିଙ୍କ ସହ ସ୍କ୍ରିନ ସେୟାର କରିବେ । କ୍ରିଥି ଏହି ଫିଲ୍ମରେ ଫିମେଲ୍‌ ଲିଡ୍‌ରେ ନଜର ଆସିବେ । ପୂର୍ବରୁ କ୍ରିଥି ଏବଂ ଚୈତନ୍ୟଙ୍କୁ ମହନ୍ତି ଭଳି ବ୍ଲକ ବଷ୍ଟର ଫିଲ୍ମରେ କାମ କରୁଥିବାର ଦେଖିବାକୁ ମିଳିଛି । ସେହିଭଳି ଏହି ଫିଲ୍ମର କାହାଣୀ ସତ ଘଟଣା ଉପରେ ଆଧାରିତ ବୋଲି ସୂଚନା ରହିଛି । ଏହାସହ କାହାଣୀରେ ଅନେକ ଟୁଇଷ୍ଟ ମଧ୍ୟ ରହିଛି । ଏହି ସ୍କ୍ରିପଫ ଉପରେ ନିର୍ଦ୍ଦେଶକ ଅନେକ ଦିନରୁ କାର୍ଯ୍ୟ କରୁଛନ୍ତି । ଏଥିରେ ନାଗାଙ୍କୁ ବୋଟ ଡ୍ରାଇଭରର ଚରିତ୍ରରେ ଦେଖିବାକୁ ମିଳିବ । ନାଗା ଚୈତନ୍ୟଙ୍କୁ ଶେଷଥର ପାଇଁ ଭେଙ୍କେଟ ପ୍ରଭୁଙ୍କ ଫିଲ୍ମ କଷ୍ଟଡିରେ ଦେଖିବାକୁ ମିଳିଥିଲା । ଯାହା ଦର୍ଶକଙ୍କର ଅନେକ ଭଲପାଇବା ସାଉଁଟିଥିଲା । ସେହିଭଳି କ୍ରିଥିଙ୍କର ମଧ୍ୟ ଆଗକୁ କିଛି ପ୍ରୋଜେକଫ ପରଦାକୁ ଆସିବାକୁ ଯାଉଛି ।

Tags: