ପରିବାର ରାଜି ନଥିଲେ ଅଭିନେତ୍ରୀ ହେବାକୁ

ପରିବାର ରାଜି ନଥିଲେ ଅଭିନେତ୍ରୀ ହେବାକୁ
Ipsita Picture
By: Ipsita
Published On

 

ଦିଲ୍ଲୀର ଏକ ସମ୍ଭ୍ରାନ୍ତ ପରିବାରରେ ୨୮ ଜୁଲାଇ ୧୯୮୬ରେ ଜନ୍ମଗ୍ରହଣ କରିଥିବା ହୁମା କୁରୈଶୀ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଗାର୍ଗୀ କଲେଜରୁ ଇତିହାସରେ ଅନର୍ସ କରିବା ସହ ଡ୍ରାମା ଓ ଥିଏଟର କ୍ଷେତ୍ରରେ ସକ୍ରିୟ ରହି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ପିତା ସଲିମ୍ କୁରୈଶୀଙ୍କ ରେସ୍ତୋରାଣ୍ଟ ବ୍ୟବସାୟ ଏବଂ ପରିବାରର ଶିକ୍ଷାଗତ ପୃଷ୍ଠଭୂମି ସତ୍ତ୍ୱେ ଅଭିନୟକୁ କ୍ୟାରିୟର ଭାବେ ବାଛିବା ପାଇଁ ହୁମାଙ୍କୁ ନିଜ ପରିବାରକୁ ମନାଇବାକୁ ପ୍ରାୟ ୬ରୁ ୮ ମାସ ସମୟ ଲାଗିଥିଲା । ପ୍ରସିଦ୍ଧ ଥିଏଟର ଗୁରୁ ଏନ୍.କେ. ଶର୍ମାଙ୍କ ମାର୍ଗଦର୍ଶନରେ ଦି ଆମେରିକାନ୍ ପାଇଲଟ୍ଭଳି ନାଟକରୁ କଳା ଜଗତରେ ପାଦ ଥାପିଥିବା ହୁମା, ମୁମ୍ବାଇରେ କୌଣସି ଗଡଫାଦର କିମ୍ବା ଫିଲ୍ମ ପୃଷ୍ଠପୋଷକତା ନଥାଇ ୪ ଜଣ ସହଯୋଗୀଙ୍କ ସହ ଏକ ଛୋଟ ପେଇଙ୍ଗ ଗେଷ୍ଟରେ ରହି ନିଜର ସଂଘର୍ଷ ଆରମ୍ଭ କରିଥିଲେ । ଶାହରୁଖ ଖାନ ଓ ଆମିର ଖାନଙ୍କ ଭଳି ଷ୍ଟାର କଳାକାରଙ୍କ ସହ ବିଜ୍ଞାପନରେ କାମ କରିବା ପରେ, ଏକ ମୋବାଇଲ ବିଜ୍ଞାପନ ସୁଟିଂ ସେଟ୍ରେ ଜଣାଶୁଣା ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ନଜରକୁ ଆସିଥିଲେ । ଏହାପରେ ସେ ସୁପରହିଟ୍ ଫିଲ୍ମ ଗ୍ୟାଙ୍ଗସ୍ ଅଫ୍ ୱାସେପୁରରେ ତାଙ୍କୁ ସୁଯୋଗ ପାଇଥିଲେ । ପ୍ରଥମ ଫିଲ୍ମର ସଫଳତା ସତ୍ତ୍ୱେ ବଡି ସେମିଂ, ପ୍ରତ୍ୟାଖ୍ୟାନ, ଟ୍ରୋଲିଂ ଏବଂ ବିଭିନ୍ନ ଅପବାଦ ଭଳି ପ୍ରତିବନ୍ଧକର ସାମ୍ନା କରି ମଧ୍ୟ ହୁମା ନିଜର ଦମଦାର ଅଭିନୟ ଶୈଳୀ ବଳରେ ଆଜି ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

Tags: