ମଲ୍ଟିଷ୍ଟାରର ପ୍ରୋଜେକ୍ଟ ଜି ଲେ ଜରା

ମଲ୍ଟିଷ୍ଟାରର ପ୍ରୋଜେକ୍ଟ ଜି ଲେ ଜରା
Ipsita Picture
By: Ipsita


ଫରହାନ ଅଖତରଙ୍କ ଫିଲ୍ମ ଜି ଲେ ଜରାକୁ ନେଇ ଅନେକ ଦିନ ଧରି ଚର୍ଚ୍ଚା ଜାରି ରହିଛି । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ତିନିଜଣ ଷ୍ଟାର ନଜର ଆସିବେ, ଯାହାକୁ ନେଇ ଏହା ବିଶେଷ ଚର୍ଚ୍ଚାରେ ରହିଆସିଛି । ଏହି ଫିଲ୍ମରେ ପ୍ରିୟଙ୍କା ଚୋପ୍ରା,କ୍ୟାଟ୍ରିନା କେଫ ଓ ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିବ । ହେଲେ ସମସ୍ତ ହିରୋଇନ ବ୍ୟସ୍ତ ଥିବାରୁ ଏହି ଫିଲ୍ମର ସୁଟିଂରେ ଅନେକ ବାଧା ଦେଖିବାକୁ ମିଳିଥିଲା, ଏପରିକି ଏହାର ସୁଟିଂ ମଧ୍ୟ ବନ୍ଦ ହୋଇଥିଲା । କଥା ଉଠୁଥିଲା ଏପରିକି ଆଲିଆ ଓ ପ୍ରିୟଙ୍କା ଫିଲ୍ମ ଛାଡି ଦେଇଛନ୍ତି । ହେଲେ ନିକଟରେ ମିଳିଥିବା ସୂଚନା ଅନୁସାରେ ଏହି ଫିଲ୍ମର କାମ ପୁଣି ଆରମ୍ଭ ହୋଇଛି । ଅନେକ ସମସ୍ୟା ଥିଲେ ମଧ୍ୟ ଫିଲ୍ମଟି ଖୁବ ଶୀଘ୍ର ଦର୍ଶକଙ୍କ ନିକଟକୁ ଆସିବ ବୋଲି ଜଣା ପଡିଛି । ସେହିଭଳି ଏଥିରେ ତିନିଜଣ ବଡ ହିରୋଇନ ଥିବାରୁ ଦର୍ଶକ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି ।

Read More ଚର୍ଚ୍ଚାରେ ରଣବୀର

Tags: