ଘୁଞ୍ଚିଲା ରିଲିଜ
By: Ipsita
ସମ୍ବନ୍ଧିତ ଖବର ଲକି ଚାମ ଦୀପିକା
ବହୁଦିନରୁ ଫ୍ୟାନମାନେ ଆଲିଆ ଭଟ୍ଟ, ରଣବୀର କପୁର ଓ ଭିକ୍କି କୌଶଲ ଅଭିନୀତ ଫିଲ୍ମ ଲଭ୍ ଆଣ୍ଡ ୱାର ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି । ତେବେ ନିକଟରେ ମିଳିଥିବା ସୂଚନା ଅନୁସାରେ ଏହି ଫିଲ୍ମଟି ଚଳିତବର୍ଷ ପରଦାକୁ ଆସିବ ନାହିଁ । ମିଳିଥିବା ସୂଚନା ଅନୁସାରେ ଉକ୍ତ ଫିଲ୍ମଟି ଆସନ୍ତା ବର୍ଷ ଅର୍ଥାତ ୨୦୨୭ରେ ପରଦାକୁ ଆସିବ । ନିକଟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଫିଲ୍ମର କିଛି ସିନର ସୁଟିଂ ଏବେ ଯାଏଁ ବାକି ରହିଛି । ସେହିଭଳି ଏଥିରେ ଖୁବ ଅଧିକ ଆକସନ୍ ସିନ ଥିବାରୁ ଭିଏଫ୍ଏକ୍ସ କାମ ସରିବାରେ ଟାଇମ ଲାଗୁଥିବା ନେଇ ମେକର୍ସଙ୍କ ପକ୍ଷରୁ କୁହାଯାଇଛି । ତେବେ ଏହି ଖବର ଫ୍ୟାନଙ୍କୁ ନିରାଶ କରିଛି । ସମସ୍ତେ ଖୁବ ଉତ୍ସାହର ସହିତ ଏହି ପ୍ରୋଜେକ୍ଟକୁ ଅପେକ୍ଷା କରିଥିଲେ ।
ସମ୍ବନ୍ଧିତ ଖବର ବ୍ୟସ୍ତ ଅଛନ୍ତି ଦିବ୍ୟା
Tags:



