ମୌନୀଙ୍କ କ୍ଷୋଭ
ଅଭିନେତ୍ରୀ ମୌନୀ ରାୟ ହରିୟାଣାର କର୍ଣ୍ଣାଲଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ଅସଦାଚରଣର ଶିକାର ହୋଇଥିବା ନେଇ ସୋସିଆଲ ମିଡିଆରେ ନିଜର ଦୁଃଖ ଓ କ୍ଷୋଭ ପ୍ରକାଶ କରିଛନ୍ତି। ମୌନୀଙ୍କ ଅଭିଯୋଗ ଅନୁଯାୟୀ, ସେଠାରେ ଉପସ୍ଥିତ କିଛି ବୟସ୍କ ବ୍ୟକ୍ତି ଓ ଅତିଥିମାନେ ଫଟୋ ଉଠାଇବା ବାହାନାରେ ତାଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିବା ସହ ମଞ୍ଚ ଉପରେ ଅଶ୍ଳୀଳ ଇଙ୍ଗିତ, ଗାଳିଗୁଲଜ ଏବଂ ନିମ୍ନ କୋଣରୁ ଭିଡିଓ ରେକର୍ଡିଂ କରି ତାଙ୍କୁ ଅପମାନିତ କରିଥିଲେ। ଏହି ଘଟଣାରେ ସବୁଠାରୁ ଦୁଃଖଦାୟକ ବିଷୟ ହେଉଛି ଯେ, ଉପସ୍ଥିତ ପରିବାର ବର୍ଗ ଏଥିରେ ବାଧା ଦେଇନଥିଲେ, ଯାହାକୁ ନେଇ ଅଭିନେତ୍ରୀ ଜଣକ ମାନସିକ ଆଘାତ ପାଇବା ସହ କଳାକାରମାନଙ୍କ ସୁରକ୍ଷା ଓ ସମ୍ମାନ ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ପ୍ରଶାସନ ନିକଟରେ ଏଭଳି ଅସହନୀୟ ବ୍ୟବହାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ସେଲିବ୍ରିଟିଙ୍କର ମଧ୍ୟ ଏକ ଲାଇଫ ରହିଛି ବୋଲି ମୌନୀ କ୍ଷୋଭରେ ପ୍ରକାଶ କରିଛନ୍ତି ।
Tags:




