ମାତୃତ୍ବ ଭଲ ଅନୁଭୂତି

ମାତୃତ୍ବ ଭଲ ଅନୁଭୂତି
Ipsita Picture
By: Ipsita
Published On

 

ଲୋକପ୍ରିୟ ଅଭିନେତ୍ରୀ ତଥା ପୂର୍ବତନ ବିଗ୍ ବସ୍ ପ୍ରତିଯୋଗୀ ରୁବିନା ଦିଲୈକ ଏବେ ଷ୍ଟଣ୍ଟଭିତ୍ତିକ ରିଆଲିଟି ଶୋ’ ‘ଖତ୍ରୋଁ କେ ଖିଲାଡ଼ି ୧୫ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଉଛନ୍ତି । ତେବେ  ମାତୃତ୍ବ ତାଙ୍କ ଜୀବନ ଓ କ୍ୟାରିୟର ପ୍ରତି ଚିନ୍ତାଧାରାରେ ଏକ ବଡ଼ ପରିବର୍ତ୍ତନ ଆଣିଛି ବୋଲି ନିକଟରେ ସେ ପ୍ରକାଶ କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ମନୋରଞ୍ଜନ ଦୁନିଆରେ ଅଭିନେତ୍ରୀମାନଙ୍କୁ କେବଳ ଶାଢ଼ୀ ପିନ୍ଧିବା, ଗୀତ ଗାଇବା ଏବଂ ଜଣେ ଅସହାୟ ନାରୀ ଚରିତ୍ରରେ ଅଭିନୟ କରିବା ଭଳି ଏକ ନିର୍ଦ୍ଦିଷ୍ଟ ଚରିତ୍ର ଭିତରେ ସୀମିତ ରଖାଯାଏ । କିନ୍ତୁ ଖତ୍ରୋଁ କେ ଖିଲାଡ଼ିଭଳି ଶୋମାଧ୍ୟମରେ ସେମାନେ ନିଜ ଭିତରେ ଲୁଚି ରହିଥିବା ସାହସ ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତି । ରୁବିନାଙ୍କ ଅନୁସାରେ, ମାହେବା ପରେ ଜଣେ ମହିଳା ଦୈବୀ ଶକ୍ତିର ପ୍ରତୀକ ସାଜିଥାଏ ଏବଂ ଏହା ତାଙ୍କୁ ଅଧିକ ନିର୍ଭୀକ ଓ ଆତ୍ମବିଶ୍ୱାସୀ କରିଥାଏ । କାର୍ଯ୍ୟକ୍ଷେତ୍ର ଓ ସନ୍ତାନ ଲାଳନପାଳନ ମଧ୍ୟରେ ସନ୍ତୁଳନ ରକ୍ଷା କରିବାପାଇଁ କାର୍ଯ୍ୟରତ ମହିଳାମାନଙ୍କ ପାଇଁ ଏକ ସହଯୋଗୀ ବ୍ୟବସ୍ଥା ରହିବା ଆବଶ୍ୟକ । ଏହାସହ କାମର ସମୟସୀମାକୁ ନେଇ ମହିଳାମାନେ କାହାର ଅନୁମତି ଲୋଡ଼ିବା ବଦଳରେ ଅଧିକାରର ସହ ନିଜ ପାଇଁ ସ୍ପେସ୍ ଦାବି କରିବା ଉଚିତ। ଚଳିତ ବର୍ଷ ଦକ୍ଷିଣ ଆଫ୍ରିକାର କେପ୍ ଟାଉନଠାରେ ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀଙ୍କ ସଂଚାଳନାରେ ସୁଟିଂ ଚାଲିଥିବା ଏହି ଶୋରେ ରୁବିନାଙ୍କ ବ୍ୟତୀତ କରଣ ୱାହୀ, ରିଲ୍ଟିକ୍ ଧନଜାନୀ, ଗୌରବ ଖାନ୍ନା, ଜାସମିନ , ବିଶାଳ ଆଦିତ୍ୟ ସିଂହ, ଏବଂ ଅଭିକା ଗୋରଙ୍କ ଭଳି ଅନେକ ଜଣାଶୁଣା କଳାକାର ପ୍ରତିଯୋଗୀ ଭାବେ ଭାଗ ନେଇଛନ୍ତି ।

Tags: