ମନ ଜିଣିଲେ ମୋନା
ମେଟ୍ ଗାଲାର ଷ୍ଟାର ଭାବେ ମୋନା ପଟେଲ ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛନ୍ତି । ଜଣେ ଯୁବ ଉଦ୍ୟୋଗୀ ଭାବେ ମୋନା ଯେତିକି ଜଣଶୁଣା ବର୍ତ୍ତମାନ ନିଜର ମେଟ୍ଗାଲା ଡେବ୍ୟୁ କରି ସେତିକି ପପୁଲାର ହୋଇଯାଇଛନ୍ତି । ଗୁଜରାଟରେ ଜନ୍ମିତ ମୋନା ବହୁତ କମ ବୟସରୁ ଆମେରିକା ଚାଲିଯାଇଥିଲେ । ସେଠାରେ ନିଜର ପାଠ ସମାପ୍ତ କରି ବ୍ୟବସାୟରେ ମନ ବଳାଇଥିଲେ । ବର୍ତ୍ତମାନ ସେ ଆମେରିକାର ଜଣେ ସଫଳ ଉଦ୍ୟୋଗପତି । ନିକଟରେ […]
ମେଟ୍ ଗାଲାର ଷ୍ଟାର ଭାବେ ମୋନା ପଟେଲ ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛନ୍ତି । ଜଣେ ଯୁବ ଉଦ୍ୟୋଗୀ ଭାବେ ମୋନା ଯେତିକି ଜଣଶୁଣା ବର୍ତ୍ତମାନ ନିଜର ମେଟ୍ଗାଲା ଡେବ୍ୟୁ କରି ସେତିକି ପପୁଲାର ହୋଇଯାଇଛନ୍ତି । ଗୁଜରାଟରେ ଜନ୍ମିତ ମୋନା ବହୁତ କମ ବୟସରୁ ଆମେରିକା ଚାଲିଯାଇଥିଲେ । ସେଠାରେ ନିଜର ପାଠ ସମାପ୍ତ କରି ବ୍ୟବସାୟରେ ମନ ବଳାଇଥିଲେ । ବର୍ତ୍ତମାନ ସେ ଆମେରିକାର ଜଣେ ସଫଳ ଉଦ୍ୟୋଗପତି । ନିକଟରେ ତାଙ୍କୁ ମେଟ୍ ଗାଲା ରେଡକାର୍ପେଟରେ ଦେଖିବାକୁ ମିଳିଥିଲା । ଏହାପରେ ଭାରତରେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ହେବା ଆରମ୍ଭ ହୋଇଛି । ସେ ମେଟ୍ ଗାଲାରେ ନିଜ କଲଚରକୁ ବେଶ୍ ସୁନ୍ଦର ଭାବେ ରିପ୍ରେଜେଣ୍ଟ କରିଛନ୍ତି । ତାଙ୍କୁ ଏଠାରେ ଇରିସ୍ ଭାନ୍ଙ୍କର ମେକାନିକାଲ ବଟରଫ୍ଲାଏ ଆଉଟ୍ଫିଟ୍ରେ ଦେଖିବାକୁ ମିଳିଛି । ମୋନାଙ୍କ ଆଉଟ୍ଫିଟ୍କୁ ସମସ୍ତେ ଖୁବ ଭଲ ପାଇବା ଦେଇଛନ୍ତି । ବଟରଫ୍ଲାଏ ସେପର କୋରସେଟରେ ମୋନା ଖୁବ ଗ୍ଲାମରିଅସ ଲାଗୁଛନ୍ତି ।




