ଝୁରୁଛନ୍ତି ବାପାଙ୍କୁ

ଝୁରୁଛନ୍ତି ବାପାଙ୍କୁ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଫେରିଲେ କଙ୍ଗନା

ନିକଟରେ ଅଭିନେତ୍ରୀ ନିଜ ବାପା ଧର୍ମେନ୍ଦ୍ରଙ୍କୁ ହରାଇଛନ୍ତି । ଗୋଟିଏ ସନ୍ତାନ ପାଇଁ ପିତାଙ୍କୁ ହରାଇବାର କଷ୍ଟ ଖୁବ ଅଧିକ ହୋଇଥାଏ । ତେବେ ଏହି ନୂଆବର୍ଷକୁ ଇଶା ନିଜ ବାପାଙ୍କ ବିନା ସ୍ବାଗତ କରିଥିବାରୁ ଖୁବ ଦୁଃଖୀ ଅଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ଲଭ ୟୁ ପାପା ବୋଲି ଲେଖିଛନ୍ତି । ଏହି ଛୋଟ ପୋଷ୍ଟଟିରେ ସେ ନିଜ ଦୁଃଖଙ୍କୁ ବୟାନ କରିବାକୁ ଚେଷ୍ଟା କରିଛନ୍ତି । ଇଶାଙ୍କର ଏହି ପୋଷ୍ଟରେ ଭାଇ ବବି ଦେଓଲ ମଧ୍ୟ ସମବେଦନା ଜଣାଇଛନ୍ତି । ଇଶାଙ୍କର ପୋଷ୍ଟଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଲୋକମାନେ ଇଶାଙ୍କୁ ସମବେଦନା ସହିତ ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାରେ ଲାଗିଛନ୍ତି । ସୂଚନା ଅନୁସାରେ ଧର୍ମେନ୍ଦ୍ରଙ୍କର ଦେହାନ୍ତ ୨୪ ନଭେମ୍ବର ୨୦୨୫ରେ ହୋଇଥିଲା । ଧର୍ମେନ୍ଦ୍ର ଖୁବ ଅଧିକ ଦିନ ହେବ ରୋଗରେ ପୀଡିତ ଥିଲେ ଏବଂ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିଲା ।

ସମ୍ବନ୍ଧିତ ଖବର ଚର୍ଚ୍ଚାରେ ଜିୟା

Tags: