‘ମିସ୍‍ ୟୁନିଭର୍ସ’ କଣ୍ଟେଷ୍ଟରେ ପଚରାଯାଇଥିଲା ଏହି ସବୁ ପ୍ରଶ୍ନ

ସମୟ ଲାଇଭ୍‍,୧/୧୨: ୧୯୯୪ ମେ ୨୧ରେ“ମିସ୍‍ ୟନିଭର୍ସ”ମୁୁକୁଟ ଜିତିଥିବା ବଲିଉଡ଼ ଅଭିନେତ୍ରୀ ସୁଷ୍ମିତା ସେନ୍‍ ପ୍ରଥମ ଭରତୀୟ ମହିଳା ଭାବେ “ମିସ୍‍ ୟୁନିଭର୍ସ’ ମୁୁକୁଟ ପିନ୍ଧି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଏହି ଖବର ଗଣମାଧ୍ୟମରେ ଖୁବ୍‍ ଚର୍ଚ୍ଚାର ବିଷୟ ପାଲଟିଥିଲା। ମିସ୍‍ ୟନିଭର୍ସ ପ୍ରତିଯୋଗିତାରେ ସୁଷ୍ମିତାଙ୍କୁ ମିସ୍‍ ଇଣ୍ଡିଆ ବିଜୟିନୀ ଐଶ୍ୱର୍ଯ୍ୟା ରାୟଙ୍କୁ ସାମନା କରିବାକୁ ପଡ଼ିଥିଲା। ଏହି ପ୍ରତିଯୋଗିତାରେ ଉଭୟଙ୍କୁ କିଛି ପ୍ରଶ୍ନ ପଚରାଯାଇଥିଲା। ଯାହାର ଉତ୍ତର ଦେଇ ସୁଷ୍ମିତା ବାଜି […]

Samaya Live Picture
Published On

ସମୟ ଲାଇଭ୍‍,୧/୧୨: ୧୯୯୪ ମେ ୨୧ରେ“ମିସ୍‍ ୟନିଭର୍ସ”ମୁୁକୁଟ ଜିତିଥିବା ବଲିଉଡ଼ ଅଭିନେତ୍ରୀ ସୁଷ୍ମିତା ସେନ୍‍ ପ୍ରଥମ ଭରତୀୟ ମହିଳା ଭାବେ “ମିସ୍‍ ୟୁନିଭର୍ସ’ ମୁୁକୁଟ ପିନ୍ଧି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଏହି ଖବର ଗଣମାଧ୍ୟମରେ ଖୁବ୍‍ ଚର୍ଚ୍ଚାର ବିଷୟ ପାଲଟିଥିଲା। ମିସ୍‍ ୟନିଭର୍ସ ପ୍ରତିଯୋଗିତାରେ ସୁଷ୍ମିତାଙ୍କୁ ମିସ୍‍ ଇଣ୍ଡିଆ ବିଜୟିନୀ ଐଶ୍ୱର୍ଯ୍ୟା ରାୟଙ୍କୁ ସାମନା କରିବାକୁ ପଡ଼ିଥିଲା। ଏହି ପ୍ରତିଯୋଗିତାରେ ଉଭୟଙ୍କୁ କିଛି ପ୍ରଶ୍ନ ପଚରାଯାଇଥିଲା। ଯାହାର ଉତ୍ତର ଦେଇ ସୁଷ୍ମିତା ବାଜି ମାରି ନେଇଥିଲେ।
ଆସନ୍ତୁ ଜାଣିନେବା ସୁଷ୍ମିତାଙ୍କୁ ପଚରା ଯାଇଥିବା ପଶ୍ନ ଗୁଡ଼ିକ କ’ଣ?
– ଯଦି ଆପଣ କୌଣସି ଐତିହାସିକ ଘଟଣାକୁ ବଦଳାଇ ପାରନ୍ତେ ତେବେ କେଉଁ ଘଟଣାକୁ ବଦଳାଇଥାନ୍ତେ? ଏହାର ଉତ୍ତରେ ଐଶ୍ୱର୍ଯ୍ୟା ନିଜ ଜନ୍ମ ତାରିଖକୁ ବଦଳାଇବାକୁ ଚାହିଁଥାନ୍ତି। ସୁଷ୍ମିତା ଏହାର ଉତ୍ତରରେ କଯଥିଲେ ଯେ ସେ ଇନ୍ଦିରା ଗାନ୍ଧୀଙ୍କ ମୃ୍‍ତ୍ୟୁ ଘଟଣାକୁ ବଦଳାଇବାକୁ ଚାହିଁଥାନ୍ତେ।

ଏହାର ଉତ୍ତର ଦେଇ ସୁଷ୍ମିତା ବିଜୟ ହାସଲ କରିପାରିଥିଲେ।
– ଯଦି ଆପଣଙ୍କ ନିକଟରେ ଟଙ୍କା ଓ ସମୟ ଉଭୟ ଥିବ ତେବେ ଆପଣ କ’ଣ କରିବାକୁ ଚାହିଁବେ। ଏହାର ଉତ୍ତରରେ ସୁଷ୍ମିତା କହିଥିଲେ ଯେ ତାଙ୍କୁ ଛୋଟପିଲାଙ୍କ ସହ ସମୟ ବିତାଇବାକୁ ଭଲ ଲାଗେ, ସୁଯୋଗ ମିଳିଲେ ସେ ଏହି କାମ କରିବେ।

Tags: