ମେକ୍ସିକୋର ଫାତିମା ବ୍ରହ୍ମାଣ୍ଡ ସୁନ୍ଦରୀ

ମେକ୍ସିକୋର ଫାତିମା ବ୍ରହ୍ମାଣ୍ଡ ସୁନ୍ଦରୀ
Ipsita Picture
By: Ipsita


ମେକ୍ସିିକୋର ଫାତିମା ବୋସ ଫର୍ଣ୍ଣାଡିଜ ୨୦୨୫ର ବ୍ରହ୍ମାଣ୍ଡ ସୁନ୍ଦରୀର ତାଜ ଜିତିବାରେ ସଫଳ ହୋଇଛନ୍ତି । ୨୫ ବର୍ଷ ବୟସରେ ସେ ଏହି ମୁକୁଟ ପିନ୍ଧିଛନ୍ତି । ଏହି ରେସ୍‌ରେ ସେ ଅନେକ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହାକୁ ନିଜ ନାଁରେ କରିଛନ୍ତି । ତାଙ୍କ ବିଜୟ ପରେ ସମସ୍ତେ ତାଙ୍କୁ ଶୁଭେଚ୍ଛା ଦେବାରେ ଲାଗିଛନ୍ତି । ଟପ୍‌ ୫ରେ ସେ ଥାଇଲାଣ୍ଡ, ଫିଲିପିନ୍ସ, ବେନଜୁଏଲାର ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି । ଏଥିରେ ଦ୍ୱିତୀୟ ସ୍ଥାନରେ ଥାଇଲାଣ୍ଡ ପ୍ରତିଯୋଗୀ ପ୍ରବିନାର ସିଂ ଏବଂ ତୃତୀୟ ସ୍ଥାନରେ ବେନେଜୁଏଲାର ଷ୍ଟେଫନୀ ଅବସାଲୀ ରହିଛନ୍ତି । ପିଲାଦିନୁ ଅନେକ ସଂଘର୍ଷ କରିଛନ୍ତି ଫାତିମା । ପିଲାଦିନୁ ସ୍କୁଲରେ ତାଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡିଛି, କାରଣ ସେ ପିଲାଦିନେ ଏଡିଏଚଡି ରୋଗରେ ପିଡୀତ ଥିଲେ । ସେଥିପାଇଁ ତାଙ୍କୁ ପଢିବା ଲେଖିବାରେ ସମସ୍ୟା ହେଉଥିଲା । ଯେଉଁ କାରଣରୁ ପିଲାମାନେ ତାଙ୍କୁ ହଇରାଣ କରୁଥିଲେ । ହେଲେ ପିଲାଦିନୁ ଖୁବ ପରିଶ୍ରମୀ ଥିଲେ ଫାତିମା । ନିଜ ଲକ୍ଷରେ ସେ ସବୁବେଳେ ଆଗେଇ ଚାଲିଥିଲେ । ଏହି ପରିଶ୍ରମ ପାଇଁ ଆଜି ସେ ବ୍ରହ୍ମାଣ୍ଡ ସୁନ୍ଦରୀ ପାଲଟିଛନ୍ତି । ସେ ସବୁବେଳେ ମହିଳାଙ୍କ ପାଇଁ କାମ କରିବାକୁ ଚାହାନ୍ତି ବୋଲି ବିଶ୍ୱ ସୁନ୍ଦରୀ ଷ୍ଟେଜରେ ପ୍ରକାଶ କରିଥିଲେ । ଏହି ଷ୍ଟେଜରେ ସେ ଦେଇଥିବା ଉତ୍ତର ଖୁବ ଭାଇରାଲ ହେଉଛି । ସମସ୍ତେ ତାଙ୍କ ଆତ୍ମବିଶ୍ୱାସର ଖୁବ ପ୍ରଶଂସା କରୁଛନ୍ତି । ଆଗକୁ ସେ ମହିଳାଙ୍କ ପାଇଁ ଅନେକ କାମ କରିବେ ବୋଲି ଏହି ମୁକୁଟ ଜିତିବା ପରେ ପ୍ରକାଶ କରିଛନ୍ତି ।

Read More ନିରବି ଗଲେ ହ୍ୟୁମାନ,ଜନ୍ମ ମାଟିରେ ହେବ ଶେଷକୃତ୍ୟ

Related Posts