ସପ୍ତଦଶ ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ୨୦୨୨

ମୁମ୍ବାଇ: ମଇ ୨୮: ରବିବାରଠାରୁ ଆରମ୍ଭ ହେବ ସପ୍ତଦଶ ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ । ଏହି ଉତ୍ସବଟି ସ୍ୱ୍ୱତନ୍ତ୍ର ଭାବେ ପ୍ରାମାଣିତ ଚିତ୍ର, କ୍ଷୁଦ୍ର ଚଳଚ୍ଚିତ୍ର ଓ ଆନିମେସନ ଫିଲ୍ମ ପାଇଁ ଉଦ୍ଦିଷ୍ଟ । ଏହା ମୁମ୍ବାଇର ଫିଲ୍ମ ଡିଭିଜନ କମ୍ପ୍ଲେକ୍ସ ପରିସରରେ ଆୟୋଜିତ ହେବ । ଏହି ଉତ୍ସବ ଏକ ସପ୍ତାହ ଧରି ଚାଲିବ । ଏଥର ମୁମ୍ବାଇ ଆର୍ନ୍ତଜାତିକ ଚଳଚ୍ଚିତ୍ର ଉତ୍ସବ ପାଇଁ ସମଗ୍ର ବିଶ୍ୱରୁ ବେଶ୍‌ ଭଲ ପ୍ରତିନିଧିତ୍ୱ ମିଳିଛି । […]

Samaya Live Picture
Published On

ମୁମ୍ବାଇ: ମଇ ୨୮: ରବିବାରଠାରୁ ଆରମ୍ଭ ହେବ ସପ୍ତଦଶ ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ । ଏହି ଉତ୍ସବଟି ସ୍ୱ୍ୱତନ୍ତ୍ର ଭାବେ ପ୍ରାମାଣିତ ଚିତ୍ର, କ୍ଷୁଦ୍ର ଚଳଚ୍ଚିତ୍ର ଓ ଆନିମେସନ ଫିଲ୍ମ ପାଇଁ ଉଦ୍ଦିଷ୍ଟ । ଏହା ମୁମ୍ବାଇର ଫିଲ୍ମ ଡିଭିଜନ କମ୍ପ୍ଲେକ୍ସ ପରିସରରେ ଆୟୋଜିତ ହେବ । ଏହି ଉତ୍ସବ ଏକ ସପ୍ତାହ ଧରି ଚାଲିବ । ଏଥର ମୁମ୍ବାଇ ଆର୍ନ୍ତଜାତିକ ଚଳଚ୍ଚିତ୍ର ଉତ୍ସବ ପାଇଁ ସମଗ୍ର ବିଶ୍ୱରୁ ବେଶ୍‌ ଭଲ ପ୍ରତିନିଧିତ୍ୱ ମିଳିଛି । ମୋଟ ୩୦ଟି ଦେଶରୁ ୮୦୮ଫିଲ୍ମ ଏଥିରେ ପ୍ରତିଯୋଗିତା ବର୍ଗରେ ପ୍ରଦର୍ଶିତ ହେବ । ସେଥିରୁ ୩୫ଟି ଆନ୍ତର୍ଜାତିକ ପ୍ରତିଯୋଗିତା ଓ ୬୭ଟି ଜାତୀୟ ପ୍ରତିଯୋଗିତା ବର୍ଗରେ ସ୍ଥାନିତ ହୋଇଛି । ଏହା ଛଡା ୧୮ଟି ଫିଲ୍ମକୁ ଏମ୍‌ଆଇଏଫ୍‌ଏଫ୍‌ ପ୍ରିଜମ ବର୍ଗରେ ପ୍ରଦର୍ଶନ କରାଯିବ । ଶ୍ରେଷ୍ଠ ଚଳଚ୍ଚିତ୍ରକୁ ଗୋଲଡେନ ଓ ନଗଦ ୧୦ଲକ୍ଷ ଟଙ୍କା ମିଳିବ । ସେହିଭଳି ଅନ୍ୟାନ୍ୟ ପୁରସ୍କାର ବାବଦରେ ସିଲଭର୍‌ କଞ୍ଚ ସମେତ ୫ ଲକ୍ଷରୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ପୁରସ୍କାର, ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯିବ । ବିଦ୍ୟାର୍ଥୀ ବର୍ଗର ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଆଇଡିପିଏ ପୁରସ୍କାର ଏବଂ ପ୍ରଥମଥର ନିର୍ଦ୍ଦେଶନା ଦେଇଥିବା ଶ୍ରେଷ୍ଠ ନିର୍ଦ୍ଦେଶକଙ୍କୁ ଦାଦା ସାହେବ ଫାଲକେ ଚିତ୍ର ନଗରୀ ପୁରସ୍କାର ଉତ୍ସବର ସମାପନରେ ଦିଆଯିବ ।