ଚର୍ଚ୍ଚାରେ ମେହରିନ
ଅଭିନେତ୍ରୀ ମେହରିନ ପିରଯାଦା ବର୍ତ୍ତମାନ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡିଆରେ ନିଜର ଟ୍ରୋଲରଙ୍କୁ ଯବାବ ଦେଇ ସମସ୍ତଙ୍କର ପ୍ରଶଂସା ସାଉଁଟୁଛନ୍ତି ଏହି ଅଭିନେତ୍ରୀ ।
ଖୁବଶୀଘ୍ର ମେହରିନ ବିବାହ କରିବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ହେଲେ ଏହାର ଉତ୍ତର ଦେଇଛନ୍ତି ନିଜେ ଅଭିନେତ୍ରୀ । ତାଙ୍କ ନାମରେ ଏଭଳି ଗୁଜବ ପ୍ରଚାର କରୁଥିବା ସମସ୍ତଙ୍କ ଚୁପ ରହିବାକୁ କହିଛନ୍ତି ଅଭିନେତ୍ରୀ ମେହରିନ । ଅନେକ ଦିନ ଧରି ତାଙ୍କ ବିବାହକୁ ନେଇ ଅନେକ ମିଛ ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି । ହେଲେ ଅନେକଦିନ ଚୁପ ରହିବା ପରେ ମେହରିନ୍ ଏନେଇ ମୁହଁ ଖୋଲିଛନ୍ତି । ଅନେକ ସମୟରେ କିଛି ନଜାଣି ତାଙ୍କ ନାଁରେ ମିଛ କଥା ସମସ୍ତେ କଥା ହେଉଛନ୍ତି । ଏପରିକି ସେ ସେହି ବ୍ୟକ୍ତିଙ୍କୁ ଚିହ୍ନି ମଧ୍ୟ ନାହାନ୍ତି ଯାହା ସହିତ ତାଙ୍କ ନାମକୁ ଯୋଡା ଯାଉଛି । ସେହିଭଳି ଯେତେବେଳେ ସେ ବିବାହ ପାଇଁ ଚିନ୍ତା କରିବେ କିମ୍ବା ଏହି ନିଷ୍ପତ୍ତି ନେବେ ସେତେବେଳେ ସାରା ଦୁନିଆ ଏ ସମ୍ପର୍କରେ ଜାଣିବ । ଏ ସମ୍ପର୍କରେ ପୋଷ୍ଟ କରିବାପରେ ଅନେକ ତାଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳୁଛି । ୧୯୯୫ରେ ଜନ୍ମିତ ମେହରିନ୍ ତେଲୁଗୁ, ତାମିଲ, ହିନ୍ଦି ଓ ପଞ୍ଜାବୀ ଭଳି ଇଣ୍ଡଷ୍ଟ୍ରୀରେ ବେଶ ପରିଚିତ । ନିଜର ଆକ୍ଟିଂ ଡେବ୍ୟୁ ୨୦୧୬ରୁ ଆରମ୍ଭ କରିଥିଲେ । ତାଙ୍କୁ ପ୍ରଥମଥର ପାଇଁ ତେଲୁଗୁ ଫିଲ୍ମ କ୍ରିଷ୍ଣା ଗଡି ଭିରା ପ୍ରେମ ଗଢାରୁ ଆରମ୍ଭ ହୋଇଥିଲା । ଏହାପରେ ୨୦୧୭ରେ ହିଁ ତାଙ୍କୁ ହିନ୍ଦୀ ଫିଲ୍ମ ଫିଲାଉରି ଓ ତାମିଲ ଫିଲ୍ମ ନେନ୍ଞ୍ଜିଲ ଥୁନିଭିରୁନ୍ଧାଲରେ ଦେଖିବାକୁ ମିଳିଥିଲା । ମଡେଲିଂରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ମେହରିନ । ୨୦୧୩ରେ କାନାଡା ଟୋରୋଣ୍ଟରେ ତାଙ୍କୁ ମିସ ପର୍ସନାଲିଟି ସାଉଥ ଏସିଆର ମୁକୁଟ ମିଳିଥିଲା । ତାଙ୍କୁ ଅନେକ ହିଟ୍ ଫିଲ୍ମରେ ଦେଖିବାକୁ ମିଳିଛି । ୨୦୧୭ରେ ତାଙ୍କୁ ଖୁବ ଅଧିକ ସକସେସ ମିଳିଥିଲା । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ତାଙ୍କୁ ସାଉଥର ଅନେକ ବଡ ଲିଡ ହିରୋଙ୍କ ସହିତ ସ୍କ୍ରିନ ସେୟାର କରିଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ସବୁବେଳେ ସେ ନିଜର ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚିତ ରହିଥାଆନ୍ତି ।




