ବିବାହ ଚର୍ଚ୍ଚା ମିଛ

ବିବାହ ଚର୍ଚ୍ଚା ମିଛ
Ipsita Picture
By: Ipsita
Published On

 

ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ଶିଖର ପାହାଡ଼ିଆଙ୍କ ବିବାହକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ଏବେ ବିରାମ ଲଗାଇଛନ୍ତି ବୋନି କପୁର। ଗତ କିଛି ଦିନ ହେବ ସୋସିଆଲ ମିଡିଆ ଓ ବିଭିନ୍ନ ରିପୋର୍ଟରେ ଦାବି କରାଯାଉଥିଲା କି, ଏହି ପ୍ରେମୀ ଯୁଗଳ ଚଳିତ ବର୍ଷ ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସରେ ଗୁଜରାଟର ଜାମନଗରଠାରେ ବିବାହ କରିବାକୁ ଯାଉଛନ୍ତି । ହେଲେ ଜାହ୍ନବୀଙ୍କ ପିତା ବୋନି କପୁର ଏହି ଖବରକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରିବା ସହ ଏହାକୁ ମିଥ୍ୟା ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ, ଶିଖର ପାହାଡ଼ିଆଙ୍କୁ ପ୍ରାୟତଃ କପୁର ପରିବାରର ବିଭିନ୍ନ ପାରିବାରିକ କାର୍ଯ୍ୟକ୍ରମ, ଛୁଟି କଟାଇବା ସମୟରେ ଜାହ୍ନବୀଙ୍କ ସହ ଦେଖିବାକୁ ମିଳିଥାଏ । ଏହାପରେ ସେମାନଙ୍କ ସମ୍ପର୍କକୁ ନେଇ ଅନେକ ଦିନରୁ କଳ୍ପନାଜଳ୍ପନା ଲାଗି ରହିଛି। ଜାହ୍ନବୀ ଅନେକ ସାକ୍ଷାତକାରରେ ଶିଖରଙ୍କ ନା ନନେଇ ତାଙ୍କ ସମ୍ପର୍କରେ କଥା ହୋଇଛନ୍ତି, ଯାହା ସେମାନଙ୍କ ପ୍ରେମ ସମ୍ପର୍କ ଉପରେ ପରୋକ୍ଷରେ ମୋହର ଲଗାଇଛି । ତେବେ ବିବାହ କଥାକୁ ବୋନି କପୁର ଖଣ୍ଡନ କରିବା ପରେ ଏହି ଖବରରେ ପୂର୍ଣ୍ଣଛେଦ ପଡିଛି ।

Tags: