ବିବାହ କଥା ମିଛ
ଅଭିନେତ୍ରୀ ଜେନିଫର କିଛିଦିନ ହେବ ଖୁବ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ତାଙ୍କର ବିବାହ ସରିଥିବା ନେଇ ସୋସିଆଲ ମିଡିଆରେ ଦାବି ହେଉଛି । ଜେନିଫରଙ୍କ ବିବାହ ଅଭିନେତା କରଣ ବାହିଙ୍କ ସହିତ ହୋଇଥିବା ନେଇ ସୋସିଆଲ ମିଡିଆରେ ୟୁଜର୍ସ ଆଲୋଚନା କରୁଛନ୍ତି । ହେଲେ ଏହି ସମସ୍ତ ଘଟଣାକୁ ମିଛ ବୋଲି ନିଜେ କରଣ ବାହି ସୂଚନା ଦେଇଛନ୍ତି, ଯାହାପରେ ଏହି ଆଲୋଚନାରେ ପୂର୍ଣ୍ଣଛେଦ ପଡିଛି । ଦୁଇଜଣ ଅନେକ ଦିନର ସାଙ୍ଗ ଏବଂ ଉଭୟଙ୍କ ଭିତରେ ବିବାହ ହୋଇନାହିଁ ବୋଲି କରଣ କହିଛନ୍ତି । ଉଭୟ ଦିଲ ମିଲ ଗଏରୁ ଏକାଠି କାମ କରିବା ଆରମ୍ଭ କରିଥିଲେ । ଏହାପରେ ପାଖାପାଖି ୧୪ ବର୍ଷ ପରେ ଉଭୟଙ୍କୁ ଏକ ୱେବ ସିରିଜରେ ଏକାଠି ଦେଖିବାକୁ ମିଳିଥିଲା । ଏହି ସିରିଜରେ ଉଭୟଙ୍କ କେମେଷ୍ଟ୍ରୀକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ତେବେ ଏହି ସିରିଜ ପରେ ହିଁ ଉଭୟଙ୍କ ଡେଟିଂ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ଏହି ଚର୍ଚ୍ଚା ବର୍ତ୍ତମାନ ବିବାହର ରୂପ ବି ନେଇଛି । ସୂଚନା ଅନୁସାରେ ଜେନିଫର ପୂର୍ବରୁ ୨୦୧୨ରେ କରଣ ସିଂ ଗ୍ରୋବରଙ୍କୁ ବିବାହ କରିଥିଲେ ଯାହା ପରେ ସେ ୨୦୧୪ରେ ଅଲଗା ହୋଇ ଯାଇଥିଲେ । ଏହାପରଠାରୁ ଜେନିଫର ସିଙ୍ଗଲ ଅଛନ୍ତି ।



