ମିଳିଛି ଅନେକ ଶିକ୍ଷା 

ମିଳିଛି ଅନେକ ଶିକ୍ଷା 
Ipsita Picture
By: Ipsita
Published On

 

ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ୱେଲକମ୍ ଟୁ ଦ ଜଙ୍ଗଲ୍ର ଏକାଧିକ ଷ୍ଟାରକାଷ୍ଟ୍ଙ୍କ ମଧ୍ୟରେ କାମ କରିବାର ଅନୁଭବ କଳାକାରମାନଙ୍କ ପାଇଁ କେବଳ ସୁଟିଂ ମଧ୍ୟରେ ସୀମିତ ନଥିଲା । ଏହାକୁ ଅଭିନେତ୍ରୀ ଦିଶା ପାଟନୀ କିଛି ନୂଆ ଶିଖିବା ଓ ବୁଝିବାର ଏକ ବଡ଼ ସୁଯୋଗ ପାଲଟିଥିଲା ବୋଲି  ଏକ ସାକ୍ଷାତକାରରେ ଦିଶା ପ୍ରକାଶ କରିଛନ୍ତି । ଏକ ସାକ୍ଷାତକାରରେ, ଏହି ସିନେମାର ସବୁଠାରୁ ବଡ଼ ଶକ୍ତି ହେଉଛି ସମସ୍ତ କଳାକାରଙ୍କ ମଧ୍ୟରେ ଥିବା ସମନ୍ୱୟ ଏବଂ ଏକାଠି ବିତାଇଥିବା ସମୟ ବୋଲି ଦିଶା ପ୍ରକାଶ କରିଛନ୍ତି । ଯେଉଁଠି ଆରମ୍ଭରୁ ଅନେକ ଅଭିଜ୍ଞ ତାରକାଙ୍କ ସହ କାମ କରିବା ଯୋଗୁଁ ଏହା ଏକ ବଡ଼ ଦାୟିତ୍ୱବୋଧ ପାଲଟିଥିଲା । ହେଲେ ସେଟ୍ରେ ସମସ୍ତେ କାହାରିକୁ କୌଣସି ପ୍ରକାର ମାନସିକ ଚାପ ଅନୁଭବ କରିବାକୁ ଦେଇନଥିଲେ, ଯାହା କାମ କରିବାର ସ୍ବଧୀନତା ପ୍ରଦାନ କରିଥିବା ଦିଶା ପ୍ରକାଶ କରିଛନ୍ତି। ଦିଶା ପାଟନୀଙ୍କ କହିବା ଅନୁଯାୟୀ, ପ୍ରତିଦିନ ସେଠାରେ କିଛି ନୂଆ ଶିଖିବାକୁ ମିଳୁଥିବାରୁ ସେ ବହୁତ ଖୁସି ଥିଲେ । ତେବେ ବର୍ଷ ବର୍ଷର ଅନୁଭବ ଆସିବା ପରେ ମଧ୍ୟ ବଡ଼ ବଡ଼ କଳାକାରମାନେ କାମକୁ ହାଲୁକା ଭାବେ ନିଅନ୍ତି ନାହିଁ ଏବଂ ସମ୍ପୂର୍ଣ୍ଣ ପ୍ରସ୍ତୁତି ଓ ପରିଶ୍ରମ ସହିତ ସେଟ୍କୁ ଆସନ୍ତି ବୋଲି ଦିଶା ଏହି ସୁଟିଂରୁ ଶିଖିଥିବା ପ୍ରକାଶ କରିଛନ୍ତି । ଏହା ସହିତ ସେଟ୍ରେ ସମସ୍ତଙ୍କର ପରସ୍ପର ପ୍ରତି ଥିବା ବ୍ୟବହାର ତାଙ୍କୁ ସବୁଠାରୁ ଅଧିକ ପ୍ରଭାବିତ କରିଥିଲା, କାରଣ ଏତେ ସୁପରଷ୍ଟାର୍ ଏକାଠି ଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ କୌଣସି ଦୂରତା ଦେଖାଯାଇନଥିଲା । ସମସ୍ତଙ୍କ ଭିତରେ ଥିବା ଏକ ସୁନ୍ଦର ବଣ୍ଡିଂ ବା ଆତ୍ମୀୟତା ଫିଲ୍ମରେ ମଧ୍ୟ ସ୍ପଷ୍ଟ ଭାବେ ନଜର ଆସିବବୋଲି ଦିଶା ମତ ଦେଇଛନ୍ତି ।

Tags: