ମନ୍ଦାନାଙ୍କ ପ୍ରତିକ୍ରିୟା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନୀୟମାନଙ୍କ ସହ ଆଲୋଚନା ସମ୍ପର୍କିତ ବୟାନ ଉପରେ ବମନ ଇରାନୀ ଏକ ମଜା ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ପୋଷ୍ଟରେ ସେ ନିଜ ସହ ସ୍ମୃତି ଇରାନୀ ଓ ଅରୁଣା ଇରାନୀଙ୍କ ନାମ ନେଇ ମଧ୍ୟ ମଜାକ କରିଥିଲେ । କିନ୍ତୁ ଏହାକୁ ନେଇ ଅଭିନେତ୍ରୀ ମନ୍ଦାନା କରିମୀ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି । 'ବିଗ୍ ବସ୍' ଫେମ୍ ମନ୍ଦାନା ଅସନ୍ତୋଷ ପ୍ରକାଶ କରି ଲେଖିଛନ୍ତି ଯେ, ବର୍ଷ ବର୍ଷ ଧରି ଯେତେବେଳେ ଇରାନରେ ଲୋକଙ୍କୁ ଗିରଫ କରାଯାଉଥିଲା, ଫାଶୀ ଦିଆଯାଉଥିଲା ଏବଂ ସେମାନଙ୍କ ସ୍ୱର ଚାପି ଦିଆଯାଉଥିଲା, ସେତେବେଳେ ବମନ କେଉଠିଥିଲେ । ପାର୍ସୀ ସମ୍ପ୍ରଦାୟ ଇରାନ ସହିତ ଜଡ଼ିତ ହୋଇଥିଲେ ସୁଦ୍ଧା ସେତେବେଳେ ଚୁପ୍ ରହି ଏବେ ରାଜନୀତି ଓ ଗ୍ୟାସ ସିଲିଣ୍ଡର ଭଳି ପ୍ରସଙ୍ଗରେ ମଜାକ କରିବା ଗ୍ରହଣ ଯୋଗ୍ୟ ନୁହେଁ ବୋଲି ବମନ ମତ ଦେଇଛନ୍ତି । ତେବେ ମନ୍ଦାନାଙ୍କ ଏହି ପ୍ରତିକ୍ରିୟା ଉପରେ ବମନ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।
Tags:



