ମେକିଂ ଅଫ ଧୁରନ୍ଧର

ମେକିଂ ଅଫ ଧୁରନ୍ଧର
Ipsita Picture
By: Ipsita
Published On

 

'ଧୁରନ୍ଧର' ଏବଂ 'ଧୁରନ୍ଧର ୨'ର ଅପାର ସଫଳତା ପରେ  ତୃତୀୟ ଭାଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ହେଲେ ନିର୍ଦ୍ଦେଶକ ଆଦିତ୍ୟ ଧର ଏବେ ଏହାର ତୃତୀୟ ଭାଗ ବଦଳରେ ଏକ ସ୍ୱତନ୍ତ୍ର ଫିଲ୍ମ 'ମେକିଂ ଅଫ୍ ଧୁରନ୍ଧର' ବଡ଼ ପରଦାକୁ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।  ରିପୋର୍ଟ ଅନୁସାରେ, ଏହି ଚଳଚ୍ଚିତ୍ରରେ ସୁଟିଂ ସମୟର ଅକୁହା କାହାଣୀ, କଳାକାରଙ୍କ ସାକ୍ଷାତକାର ଏବଂ ଚରିତ୍ରଗୁଡ଼ିକର ବିକାଶ ପ୍ରକ୍ରିୟାକୁ ଦର୍ଶାଯିବ । ଯାହା ଚଳିତ ବର୍ଷ ଶେଷ ସୁଦ୍ଧା ସିନେମା ହଲ୍ ଏବଂ ପରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ହେବ। ସୂଚନାଯୋଗ୍ୟ ଯେ, ଗତ ୧୯ ମାର୍ଚ୍ଚରେ ମୁକ୍ତିଲାଭ କରିଥିବା 'ଧୁରନ୍ଧର ୨' ବିଶ୍ୱବ୍ୟାପୀ ୧୭୫୮ କୋଟି ଟଙ୍କାର ବ୍ୟବସାୟ କରି ଭାରତର ଦ୍ୱିତୀୟ ସର୍ବାଧିକ ଆୟକାରୀ ଫିଲ୍ମ ଭାବେ ଅନେକ ବଡ଼ ରେକର୍ଡ ଭାଙ୍ଗିଛି । ଏହି କ୍ରେଜ୍କୁ ଦୃଷ୍ଟିରେ ରଖି ନିର୍ମାତାମାନେ ଏହାର ନିର୍ମାଣର କାହାଣୀକୁ ଦର୍ଶକଙ୍କ ସାମ୍ନାକୁ ଆଣିବା ପାଇଁ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ।

Tags: